ଉପହାସ – ଜନ୍ମଜୟ ନାୟକ

Views: 40
0 0
Read Time:2 Minute, 11 Second

ଖଦ୍ୟାେତଟିକୁ ଭାବନି ଛୋଟ
କରନି ଉପହାସ,
ଅନ୍ଧାର ରାତିରେ ଦେଖାଇ ଆଲୋକ
ଭରଇ ସାହାସ |୧|
ଛୋଟ ଶିଶୁଟି ବଡ ହୋଇଣ
ଦେଶର ଟେକ ରଖେ,
ଛୋଟ କଳିକା ପ୍ରସ୍ଫୁଟିତ ହୋଇ
ପୁରପଲ୍ଲୀ ମହକେ|୨|
ଛୋଟ ଚାରାଟି ବଡ ବୃକ୍ଷରେ
ପରିଣତ ହୁଏ,
ଛାୟା ପ୍ରଦାନ ଅମ୍ଳଜାନ ଦାନ
ସେହି କରିଥାଏ |୩|
କାହାକୁ କେବେ ଛୋଟ ଭାବିଣ
ଥଟ୍ଟା କରିବାନି,
ସମସ୍ତେ ନିଜ ସ୍ଥାନରେ ମହାନ
ଏକଥା ଭୁଲନି |୪|
ଏମିତି କେହି ଜଗତେ ନାହିଁ
ଯିଏ ଭୁଲ କରିନି,
କାହାକୁ କେବେ ଉପହାସ କରନି
ଛୋଟ ଭୁଲ ପାଇଁ |୫|
ସାଧୁବାଣୀ କହି ଦେଇ କେହି କେବେ
ସାଧୁ ହୋଇଯାଏନି,
କହିବା ଆଗରୁ କରିବା ଶିଖ
ଉପହାସ କରନି |୬|
ପ୍ରକୃତ ପ୍ରେମକୁ ଉପହାସ କରି
ଯିଏ କରିଥାଏ ପର,
ସେହି ଦିନେ ଏକା ହୋଇଯାଏ ପୁଣି
ଲୁହସାଜେ ନିଜର। ୭।

ଜନ୍ମଜୟ ନାୟକ
ଶିକ୍ଷକ
ଚିଲିକା ନୋଡାଲ ହାଇସ୍କୁଲ
ପୁରୀ

Share this :
Next Post

ଜଗନ୍ନାଥ (ଭାଗ-୬)-ଅମରଜିତ ମଲ୍ଲିକ

ଚାରୋଟି ଧାମରୁ ଗୋଟିଏ ଧାମରେ ରହିଛନ୍ତି ଜଗନ୍ନାଥ କୁହନ୍ତି ଭକତ ଦର୍ଶନ ନିମନ୍ତେ ବଢାଏ ଦିଏତା ହାତ।।୧। ଦ୍ବାରତ ତୁମର ଚାରୋଟି ରହିଛି ସି°ହଦ୍ବାର ସର୍ବଶ୍ରେଷ୍ଠ ଦର୍ଶନ ପାଇଁକି ଗଲେ ମହାପ୍ରଭୁ ରହିବନି କେବେ କାଷ୍ଠ।।୨। ତୁମ ପରସାଦ ପାଇବା ପାଇଁକି ଲାଗିଥାଏ ଭାରି ଭିଡ ମାନସିକ ପୂର୍ଣ୍ଣ ହୋଇଗଲା ପରେ ବାଇଶି ପାହାଚେ ଗଡ଼।।୩। ଆନନ୍ଦ ବଜାରେ ପ୍ରସାଦ ମିଳଇ ଅବଢ଼ା ନାମଟି ତା’ର ମାତା ଲକ୍ଷ୍ମିଙ୍କର ହାତର […]

Subscribe US Now