ଗୋମାତା – ଜନ୍ମଜୟ ନାୟକ

Views: 64
0 0
Read Time:3 Minute, 4 Second

ପରୋପକାର ପାଇଁ ତୋର ଜନମ,
ମାତୃରୂପିଣି ତୁହି ଅଟୁ ମହାନ ।
ଗୋମାତା ବୋଲି ଜାଣେ ତୋତେ ଜଗତ,
ହିନ୍ଦୁଙ୍କ ଦ୍ୱାରା ସର୍ବତ୍ର ତୁ ପୂଜିତ ।୧।

ଚତୁଷ୍ପଦୀ ତୁ ପବିତ୍ରତା ପ୍ରତୀକ,
ଦୁନିଆକୁ ଦେଖାଇ ଦାନ ଆଲୋକ ।
ସ୍ୱାର୍ଥପର ମଣିଷକୁ ହେଉ ସାହା,
ବେସାହାରା ପାଏ ଜୀଇବାର ରାହା ।୨।

ମଣିଷ ପାଳେ ତୋତେ ଲାଭ ଆଶାରେ,
ତୋର ଦୁଗ୍ଧ ପିୟୁଷ ସମ ଅଟେରେ ।
ମାଆଛେଉଁଣ୍ଡ ଶିଶୁକୁ ସାହା ତୁହି,
ତୋ କ୍ଷୀର ଦେଇ ତୁହି ଦେଉ ବଞ୍ଚାଇ ।୩।

ଗୋମୟ ଗୋମୂତ୍ର ଦୁଗ୍ଧ ଦଧି ଘୃତ,
ଏହା ପଞ୍ଚଗବ୍ୟ ନାମରେ ନାମିତ।
ସଭିଙ୍କୁ ତ ଜଣା ମହିମା ଏହାର,
ପଞ୍ଚଗବ୍ୟର ମହତ୍ତ୍ୱ ତ ଅପାର ।୪।

ଗୋମୂତ୍ର ବହୁ ରୋଗ କରଇ ଭଲ,
ଗୋମୟ ସହ କେହି ନୁହଁଇ ତୁଲ ।
ପଞ୍ଚାମୃତ ପାଇଁ ଗୋମାତାର ଦାନ,
୩୩କୋଟି ଦେବାଦେବୀଙ୍କ ତୁ ବାସସ୍ଥାନ ।୫।

କଳାକାହ୍ନୁ ବି ତୋ ସେବା କରିଥିଲେ,
ଗାଈଗୋଠ ନେଇ ବନସ୍ତ ବୁଲିଲେ।
ତୋ ସେବାରେ ମିଳେ ପରା କୋଟିପୁଣ୍ୟ,
ତୋ ଆଶିଷେ ବହୁ ପାପ ହୁଏ କ୍ଷୟ। ୬।

ଗୋବରଘସି ଗରିବଙ୍କ ଜାଳେଣି,
ପଶୁଶ୍ରେଷ୍ଠ ଗୋମାତା ରଖ ଜାଣି।
ଗୋପାଳ ଘରେ ଯେହୁ ହୁଏ ଜନମ,
ତୋ ସେବାକରି ଧନ୍ୟ ତା ଜୀବନ। ୭।

ଜନ୍ମଜୟ ନାୟକ
ଯାଜପୁର

Share this :
Next Post

ଡକ୍ଟର ମନୋଜ ଦାସ - ଅମରଜିତ ମଲ୍ଲିକ

ଉତ୍କଳ ଗୌରବ ଶଙ୍ଖାରୀ ଗ୍ରାମର ଡକ୍ଟର ମନୋଜ ଦାସ ପଦ୍ମ ବିଭୂଷଣ ଉତ୍କଳ ରତନ ପଦ୍ମଶ୍ରୀ ତାଙ୍କ ବିଶେଷ।।୧। ମାତା କାଦମ୍ବିନୀ ପିତା ମଧୁବାବୁ ତାଙ୍କର କୋଳରୁ ଜନ୍ମି ଉତ୍କଳ ଭାଷାର ଟେକ ରଖିଅଛି ତୁମର କବିତା ପୁଣି।।୨। ଜନ୍ମିଥିଲ ତୁମେ ସମ୍ଭ୍ରାନ୍ତ କୂଳରେ ପଢିଥିଲ କେତେ ପାଠ ଇଂରାଜୀ ଭାଷାରେ ଶିକ୍ଷା ଦେଉଥିଲ କରି ଡକ୍ଟରେଟ ଲାଭ।।୩। ଗରବର ଗାଥା ଗାଉଅଛି ପୁଣି ଉତ୍କଳର ପଟଛବି ତୁମରି କବିତା […]

Subscribe US Now