ଜଗନ୍ନାଥ (ଭାଗ-୬)-ଅମରଜିତ ମଲ୍ଲିକ

Views: 26
0 0
Read Time:1 Minute, 44 Second

ଚାରୋଟି ଧାମରୁ
ଗୋଟିଏ ଧାମରେ
ରହିଛନ୍ତି ଜଗନ୍ନାଥ
କୁହନ୍ତି ଭକତ
ଦର୍ଶନ ନିମନ୍ତେ
ବଢାଏ ଦିଏତା ହାତ।।୧।
ଦ୍ବାରତ ତୁମର
ଚାରୋଟି ରହିଛି
ସି°ହଦ୍ବାର ସର୍ବଶ୍ରେଷ୍ଠ
ଦର୍ଶନ ପାଇଁକି
ଗଲେ ମହାପ୍ରଭୁ
ରହିବନି କେବେ କାଷ୍ଠ।।୨।
ତୁମ ପରସାଦ
ପାଇବା ପାଇଁକି
ଲାଗିଥାଏ ଭାରି ଭିଡ
ମାନସିକ ପୂର୍ଣ୍ଣ
ହୋଇଗଲା ପରେ
ବାଇଶି ପାହାଚେ ଗଡ଼।।୩।
ଆନନ୍ଦ ବଜାରେ
ପ୍ରସାଦ ମିଳଇ
ଅବଢ଼ା ନାମଟି ତା’ର
ମାତା ଲକ୍ଷ୍ମିଙ୍କର
ହାତର ରାନ୍ଧଣା
ଯାଏନି ମନୁ ପାଶୋର।।୪।
ଭକତ ଗହଳି
ଭରା ବଡ଼ଦାଣ୍ଡ
ଘନ୍ଟଘନ୍ଟା ହୁଳହୁଳି
ଜାତି ନାହିଁ ତା’ର
ସେ ବଡ଼ ଦାଣ୍ଡରେ
ହୃଦୟେ ଜଳେ ଦିପାଳି।।୫।

ଅମରଜିତ ମଲ୍ଲିକ
ବଡମ୍ବା,କଟକ

Share this :
Next Post

ସ୍ବାର୍ଥ - ସୁକାନ୍ତ ଖଣ୍ଡା

ଏ ଦୁନିଆଁ ସ୍ବାର୍ଥରେ ବନ୍ଧା ଆଉ ଚାଳିତ ବି ସ୍ଵାର୍ଥରେ ଭାଇ,ବନ୍ଧୁ ଓ କୁଟୁମ୍ବ କାହିଁକି ପତ୍ନୀ ବି ମାରିଥାଏ ଚୋଟ। ସେଥିପାଇଁ ତ- ବାନ୍ଧିଥାଏ ବନ୍ଧୁ ଆଉ ହାସଲ ବି କରୁଥାଏ ନିତିଦିନ ଗୋଟେ ପରେ ଗୋଟେ ସେ ନୀଚ୍ଚ ଆଉ ଧୀଟର ସ୍ବରୂପ ଭୟଙ୍କରଠୁ ଭୟଙ୍କର ଆଜିର ଏ ବ୍ଯାଧି ହଁ,ବନ୍ଧୁ ସେ କରୋନାଠୁ ବଳି। ବନ୍ଧୁ ! ଯେବେ ଜାଣିଲ ଏ ସ୍ବାର୍ଥରେ ନିହିତ ଦେବାରେ […]

Subscribe US Now