ଜଗନ୍ନାଥ (ଭାଗ-୫)-ଅମରଜିତ ମଲ୍ଲିକ

Views: 50
0 0
Read Time:1 Minute, 49 Second

ମନ୍ଦିର ତୁମର
ଅଟେ ଶ୍ରୀମନ୍ଦିର
ଚୁଳୀ ନଦୀଶଇ ପାଖେ
ଅବଢ଼ା ତୁମର
ନିର୍ମାଲ୍ୟ ଅଟଇ
ମତ୍ଯୁବେଳେ ଲାଗେ ମୁଖେ।।୧।
ସମୁଦ୍ରର ଧ୍ଵନି
ପ୍ରଥମ ପାହାଚେ
ପ୍ରବେଶେ କର୍ଣ୍ଣେ ନସୁଭେ
ମନ୍ଦିର ବାହାରେ
ପାଦ ଥାପି ଦେଲେ
ଶୁଭେ ଏକଥା କୁହନ୍ତି ସର୍ବେ।।୨।
ମନ୍ଦିର ପ୍ରତିମା
କାଷ୍ଠର ଅଟେଇ
ନବକଳେବର ହୁଏ
ବାର ବର୍ଷ ପରେ
ଏକ ପ୍ରରକାର
ନୂତନ ବିଗ୍ରହ ହୁଏ।।୩।
ସମୁଦ୍ରର ଉର୍ମି
ତିନିଥର ଆସି
ଭାଙ୍ଗୀଲା ମନ୍ଦିର ତୋର
ମାରୁତିକୁ ତୁମେ
ସମୁଦ୍ର ନିମନ୍ତେ
ରଖିଲ ସି°ହ ଦୁଆର।।୪।
କାଳିଆ ତୋହର
କରୁଣା ଅପାର
ଏଇଠୁ ପ୍ରଣାମ କରେ
ଆର୍ଶୀବାଦ ତୋର
ରହୁ ମୋଠାରେ
ଲେଖିବି ତୁମ ନାମରେ।।୫।

ଅମରଜିତ ମଲ୍ଲିକ
ବଡମ୍ବା,କଟକ

Share this :
Next Post

ଉପହାସ - ଜନ୍ମଜୟ ନାୟକ

ଖଦ୍ୟାେତଟିକୁ ଭାବନି ଛୋଟ କରନି ଉପହାସ, ଅନ୍ଧାର ରାତିରେ ଦେଖାଇ ଆଲୋକ ଭରଇ ସାହାସ |୧| ଛୋଟ ଶିଶୁଟି ବଡ ହୋଇଣ ଦେଶର ଟେକ ରଖେ, ଛୋଟ କଳିକା ପ୍ରସ୍ଫୁଟିତ ହୋଇ ପୁରପଲ୍ଲୀ ମହକେ|୨| ଛୋଟ ଚାରାଟି ବଡ ବୃକ୍ଷରେ ପରିଣତ ହୁଏ, ଛାୟା ପ୍ରଦାନ ଅମ୍ଳଜାନ ଦାନ ସେହି କରିଥାଏ |୩| କାହାକୁ କେବେ ଛୋଟ ଭାବିଣ ଥଟ୍ଟା କରିବାନି, ସମସ୍ତେ ନିଜ ସ୍ଥାନରେ ମହାନ ଏକଥା ଭୁଲନି […]

Subscribe US Now