ଡକ୍ଟର ମନୋଜ ଦାସ – ଅମରଜିତ ମଲ୍ଲିକ

Views: 67
0 0
Read Time:1 Minute, 46 Second

ଉତ୍କଳ ଗୌରବ
ଶଙ୍ଖାରୀ ଗ୍ରାମର
ଡକ୍ଟର ମନୋଜ ଦାସ
ପଦ୍ମ ବିଭୂଷଣ
ଉତ୍କଳ ରତନ
ପଦ୍ମଶ୍ରୀ ତାଙ୍କ ବିଶେଷ।।୧।
ମାତା କାଦମ୍ବିନୀ
ପିତା ମଧୁବାବୁ
ତାଙ୍କର କୋଳରୁ ଜନ୍ମି
ଉତ୍କଳ ଭାଷାର
ଟେକ ରଖିଅଛି
ତୁମର କବିତା ପୁଣି।।୨।
ଜନ୍ମିଥିଲ ତୁମେ
ସମ୍ଭ୍ରାନ୍ତ କୂଳରେ
ପଢିଥିଲ କେତେ ପାଠ
ଇଂରାଜୀ ଭାଷାରେ
ଶିକ୍ଷା ଦେଉଥିଲ
କରି ଡକ୍ଟରେଟ ଲାଭ।।୩।
ଗରବର ଗାଥା
ଗାଉଅଛି ପୁଣି
ଉତ୍କଳର ପଟଛବି
ତୁମରି କବିତା
ତୁମରି ଯେ ଗାଥା
ସାହିତ୍ୟିକ ହୃଦୟ ଲଭି।।୪।
ତୁମରି ଗାଥାକୁ
ଯେତେ ବି ଲେଖିଲେ
ପଡ଼ିଯିବ ବହିଶେଷ
ଜନ୍ମଦିନେ ତୁମ
ବିଶେଷ ଲିଖନ
ପଢୁଛି ସମଗ୍ର ବିଶ୍ୱ।।୫।

ଅମରଜିତ୍ ମଲ୍ଲିକ
ବଡମ୍ବା, କଟକ

Share this :
Next Post

ଜଗନ୍ନାଥ (ଭାଗ-୫)-ଅମରଜିତ ମଲ୍ଲିକ

ମନ୍ଦିର ତୁମର ଅଟେ ଶ୍ରୀମନ୍ଦିର ଚୁଳୀ ନଦୀଶଇ ପାଖେ ଅବଢ଼ା ତୁମର ନିର୍ମାଲ୍ୟ ଅଟଇ ମତ୍ଯୁବେଳେ ଲାଗେ ମୁଖେ।।୧। ସମୁଦ୍ରର ଧ୍ଵନି ପ୍ରଥମ ପାହାଚେ ପ୍ରବେଶେ କର୍ଣ୍ଣେ ନସୁଭେ ମନ୍ଦିର ବାହାରେ ପାଦ ଥାପି ଦେଲେ ଶୁଭେ ଏକଥା କୁହନ୍ତି ସର୍ବେ।।୨। ମନ୍ଦିର ପ୍ରତିମା କାଷ୍ଠର ଅଟେଇ ନବକଳେବର ହୁଏ ବାର ବର୍ଷ ପରେ ଏକ ପ୍ରରକାର ନୂତନ ବିଗ୍ରହ ହୁଏ।।୩। ସମୁଦ୍ରର ଉର୍ମି ତିନିଥର ଆସି ଭାଙ୍ଗୀଲା ମନ୍ଦିର […]

Subscribe US Now