ସ୍ବାର୍ଥ – ସୁକାନ୍ତ ଖଣ୍ଡା

Views: 51
0 0
Read Time:2 Minute, 28 Second

ଏ ଦୁନିଆଁ

ସ୍ବାର୍ଥରେ ବନ୍ଧା

ଆଉ ଚାଳିତ ବି ସ୍ଵାର୍ଥରେ

ଭାଇ,ବନ୍ଧୁ ଓ କୁଟୁମ୍ବ କାହିଁକି

ପତ୍ନୀ ବି ମାରିଥାଏ ଚୋଟ।

ସେଥିପାଇଁ ତ-

ବାନ୍ଧିଥାଏ ବନ୍ଧୁ

ଆଉ ହାସଲ ବି କରୁଥାଏ ନିତିଦିନ

ଗୋଟେ ପରେ ଗୋଟେ

ସେ ନୀଚ୍ଚ ଆଉ ଧୀଟର ସ୍ବରୂପ

ଭୟଙ୍କରଠୁ ଭୟଙ୍କର ଆଜିର ଏ ବ୍ଯାଧି

ହଁ,ବନ୍ଧୁ

ସେ କରୋନାଠୁ ବଳି।

ବନ୍ଧୁ !

ଯେବେ ଜାଣିଲ ଏ ସ୍ବାର୍ଥରେ ନିହିତ

ଦେବାରେ ନୁହୈଁ,ନେବାରେ

ଆମେ ଦୂରତା ବଜାୟ ରଖିବା

କଥାରେ ନୁହେଁ,କାମରେ।

ନ ହେଲେ ବନ୍ଧୁ

କିଏ ଜାଣେ?

ଦିନେ କରୋନା ପରି ଭୟଙ୍କର ବ୍ଯାଧି

ମାଡି଼ ନ ବସିବ

ଏ ଦେହର ରକ୍ତ,ମେଦ ଓ ମାଂସକୁ

କିଲବିଲ୍ କରି ଖାଇ ନ ଯିବ?

ବନ୍ଧୁ !

ଖୁବ୍ ହୁସିଆର

ହାତେ ମାପି ଚାଖଣ୍ଡେ

ନ ଚାଲିବ କିଆଁ?

ସ୍ବାର୍ଥରେ ଏ ବନ୍ଧୁଙ୍କ

ହାବଭାବ ଜାଣିବା ପରେ ବି…?

 

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

ନାରୀ ରୂପୀ ନାରାୟଣୀ - ଚିତ୍ରସେନ ବେହେରା

ଜନନୀ ରୂପରେ ଧରାକୁ ଆସିଲୁ ନାରୀ ରୂପୀ ନାରାୟଣୀ ଧର୍ମର ମଣ୍ଡିତ ସଂସାର ପୁରୀରେ ତୁହିଁ ଏକା ଜଗତ କାରିଣୀ … ସତ୍ୟ ଧର୍ମ ନ୍ୟାୟ ତୋହରି ଗର୍ଭରୁ ଜାତଏ ମାନବ ଜାତି ଜନ୍ମଧାତ୍ରୀ ତୁହିଁ ଜଗତ ଜନନୀ କେତେଯେ ତୋହର କୀର୍ତ୍ତି … ଅନ୍ତର ତୁମର କେତେଯେ ପବିତ୍ର ପାପକୁ ବିନାଶ କର ମା ତୁମେ ନାରୀ ବରଣ୍ୟା ବନ୍ଦିତା ସୃଷ୍ଟିର ସମ୍ଭାର ତାର … ନାରୀ ଅଟେ […]

Subscribe US Now