Read Time:1 Minute, 55 Second
ଜନନୀ ରୂପରେ ଧରାକୁ ଆସିଲୁ
ନାରୀ ରୂପୀ ନାରାୟଣୀ
ଧର୍ମର ମଣ୍ଡିତ ସଂସାର ପୁରୀରେ
ତୁହିଁ ଏକା ଜଗତ କାରିଣୀ …
ସତ୍ୟ ଧର୍ମ ନ୍ୟାୟ ତୋହରି ଗର୍ଭରୁ
ଜାତଏ ମାନବ ଜାତି
ଜନ୍ମଧାତ୍ରୀ ତୁହିଁ ଜଗତ ଜନନୀ
କେତେଯେ ତୋହର କୀର୍ତ୍ତି …
ଅନ୍ତର ତୁମର କେତେଯେ ପବିତ୍ର
ପାପକୁ ବିନାଶ କର
ମା ତୁମେ ନାରୀ ବରଣ୍ୟା ବନ୍ଦିତା
ସୃଷ୍ଟିର ସମ୍ଭାର ତାର …
ନାରୀ ଅଟେ ମାତା ଭଗିନୀ ଦୁହିତା
ଆଦ୍ୟ ଶକ୍ତି ସ୍ୱରୂପିଣୀ
ଅନନ୍ତ ବ୍ରହ୍ମାଣ୍ଡ ତୋହରି ସନ୍ତାନ
ତୁହିଁ ମା ଜଗତ ରାଣୀ …
ଅନ୍ତରେ ତୁମର ଏମାପ ଶକତି
ସେନେହ ଅଜସ୍ର ପୁଣି
ସୃଷ୍ଟିର ଆରମ୍ଭ ଶକ୍ତିର ଭଣ୍ଡାର
ନାରୀ ରୂପୀ ନାରାୟଣୀ … |
ଚିତ୍ରସେନ ବେହେରା
କୁଣ୍ଡାକୋଟ, ଆନନ୍ଦପୁର,
କେନ୍ଦୁଝର -758015
ମୋ -7064172823
Readers Interaction