ସ୍ବଚ୍ଛ ଓ ସୁନ୍ଦର ଜଗତରେ ଅଟେ
ନିର୍ଜୀବ ହେଲେ ବି ସିଏ
ଦେହ ମନ ପ୍ରାଣ ପବିତ୍ର ସ୍ବରୂପ
ତା’ ପରି ହୋଇବ କିଏ?
ସଦା ଜକଜକ ହୃଦୟ ନିର୍ମଳ
କୁହନି କେବେ ବି ମିଛ
ଜନମ ହୋଇକି ମରିଯାଅ ପଛେ
ସଦା ସର୍ବଦା ହିଁ ସ୍ବଚ୍ଛ।
କେଡେ଼ ଭାଗ୍ଯବାନ ହେ’ ଆଇନା ତୁମେ
ପ୍ରତିକ୍ଷଣେ ପୂର୍ଣ୍ଯ କାମ
ଜୀବନଟା ସାରା ସତ୍ଯ କହିକହି
ମରତେ ହୋଇଛ ଧନ୍ଯ।
ତୋ ‘ ପରି ଜଗତେ ଆଉ କିଏ ଅଛି
ମୋତେ ଜଣା ପଡୁନାହିଁ
ତୁମକୁ ସତରେ ହୃଦୟ କୋଣରେ
ଗୁରୁ ପରି ମାନେ ମୁହିଁ।
ହେ’ ଆଇନା ଗୁରୁ ପ୍ରଣାମ ଘେନ କି
ଦିଅ ଆଶୀର୍ବାଦ ମୋତେ
ସୁପଥ ଦେଖାଇ ପୂର୍ଣ୍ଯ କର୍ମ ପାଇଁ
ଚଲାଇ ନିଅ ତୁରିତେ।
ତୁମ ହୃଦୟରେ ମଳିନତା ନାହିଁ
ଭାଙ୍ଗିଯାଅ ପଛେ ଦିନେ
ତଥାପି କହୁଛ ଅପ୍ରିୟ ସତ୍ଯତା
ଦୁଃଖ ନାହିଁ ମନ କୋଣେ।
ଭାରି ଅହଙ୍କାର ଏ ସତ୍ଯତା ପାଇଁ
ତେଣୁ ପାଇଥାଅ ପୂଣ୍ଯ
ମୋ’ର ଅହଙ୍କାର ମିଛରେ ବୁଡି଼ବା
ସେ ପାଇଁ ହୁଏକି ଘୃଣ୍ଯ?
ମିଛ ମୁଁ କହିକି ଅର୍ଥକୁ ହାତେଇ
ପୋଷେ ନିତି ପରିବାର
ସେ ପାଇଁ ସର୍ବଦା ଅଣ୍ଟେନି ପେଟକୁ
ବୋହୁଥାଏ ଦୁଃଖଝର।
ଦୁଃଖଝର କେବେ ମରିବନି ଗୁରୁ
ମରିକି ନେବି ସେ ପୁର
ପ୍ରାରବ୍ଧ ଆଣିବି ଆର ଜନମକୁ
ଇଏ ବୋଧେ କର୍ମ ମୋର।
ଆଜି ମୁଁ ବୁଝିଛି ସତ୍ଯର ମହିମା
ତୁମକୁ କରିଛି ଗୁରୁ
ଆଶୀର୍ବାଦ ଦେଇ ସୁପଥେ ଚଲାଅ
ସୁକର୍ମ ହୃଦୟେ ପୁରୁ।
ସୁକାନ୍ତ ଖଣ୍ଡା
ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction