Read Time:1 Minute, 28 Second
ଚାହା କୁ କରିଛି ଘରଣୀ ମୋହର
କଫିମୋ ପ୍ରେମିକା ପ୍ରାଏ l
ତେଣୁ ମୋ ସନ୍ଦେହୀ ପ୍ରାଣପ୍ରିୟା ଚାହା
ହୁତାଶାନେ ଜଳି ଯାଏ ll
ଜୀବନଟା ମୋର ଚାହାପତି ମୟ
ସ୍ୱପ୍ନ ରେ ଆସଇ କଫି l
ଏକ କପ୍ କଫି ସ୍ୱପ୍ନେମୁଁ ତେଣ୍ଡିଲେ
ସୁପ୍ରଭାତ ହେବା କାଫି ll
ମନେମନେ କେତେ ଭଲପାଏ ତାକୁ
କୁହେନାଇଁ ଜାଣିଜାଣି l
କହିଲେ ଘରେ ମୋ ତାଣ୍ଡବ ଯେ ହେବ
ଚାହା କଫି ସଉତୁଣୀ ll
ଚାହାକୁ କରିଛି ଘରମଣୀ ମୋର
କଫି ମୋର କଳାଧନ l
ଝଗଡା ଲାଗିଲେ ସଉତୁଣୀ ଦୁହେଁ
ଭାଙ୍ଗି ଯିବ ମୋର ମନ ll
ସୌଭାଗ୍ୟ ବାରିକ
କଟକ
୭୫୦୪୦୩୦୮୨୨
Readers Interaction