ଏଇ ପରିକଳ୍ପନାର ପୃଥିବୀରେ
ପୂର୍ଣ୍ଣତା ,ଅପୂର୍ଣ୍ଣତା ଭିତରେ ଲୁଚିଥାଏ
ଅନୁସନ୍ଧାନୀ ପ୍ରକ୍ରିୟା ଟିଏ
ଯେଉଁଠି ସଂଘର୍ଷ ଭିତରେ ସତ୍ୟ
ସମାଧାନର ସଂକଳ୍ପରେ
ଯୁଗଜନ୍ମା ନୂଆ ଏକ ପରିଚୟରେ
ସେ ବଡ଼ ,ସାନ ,ବନ୍ଧୁ ଯିଏବି ହୁଅନ୍ତୁ ll
ମୁଁ ତ ସେଇଠି
ଈଶ୍ୱର ମାନଙ୍କୁ ଖୋଜେ
ଯେଉଁମାନଙ୍କ ଦର୍ଶନରେ
ଯୁଗଳ ନୟନରୁ
ଆନନ୍ଦାଶ୍ରୁ ଝରି ପଡେ
ମୁଣ୍ଡ ଆପେ ଆପେ ନଇଁଯାଏ
ତାଙ୍କ ଚରଣ କମଳକୁ
ମଧୁର ବଚନର ମରମକୁ ନେଇ
ପ୍ରତି ଟି ପ୍ରାଣ ବାଃ ବାଃ କରେ
ହଁ ମୁଁ ସେଇଠି
ଅନୁସନ୍ଧାନ କରେ ଈଶ୍ୱରଙ୍କୁ ll
ନଚେତ ଏଇ ,
ପଥରର ମୂର୍ତ୍ତି ସବୁ ତ
ଗୋଟିଏ ଭାବନା ମନ୍ଦିର ପର୍ଯ୍ୟନ୍ତ
ହୃଦୟ ଭିତରେ ତ ସେ ଈଶ୍ୱର ହୁଏ
ଯିଏ ମୋର ,ଆମର ସମସ୍ତଙ୍କ ଭିତରେ
ଏକ ଅଦୃଶ୍ୟ ଶକ୍ତି ପରି …..ll
ନବ କୁମାର ଦାସ
ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର
ଶିକ୍ଷକ
Readers Interaction