Read Time:1 Minute, 0 Second
ମୁଁ ହିଁ ଜାଣେ
ମୋ ପ୍ରେମର ଗଭୀରତା କେତେ
ପାରିବନି କହି ତମେ !
ଯଦି ବୁଝିଥାନ୍ତ
ସେମିତି ସରି ମରି ମୋ ସହ
ଖରା, ବର୍ଷା, ଶୀତରେ
ଆଲୋକେ ଅବା ଅନ୍ଧାରେ
ଥାଅନ୍ତ ସାଥିରେ !
ଋତୁଚକ୍ରେ ଫଗୁଣ ଆସେ
ଆସିଥିଲା ମୋ ହୃଦ ଉପବନେ
ଠିକ ଯେମିତି ଚାଲିଯାଏ ଚାଲିଗଲା
କିଛି ଚିହ୍ନ ଆଙ୍କିଦେଇ ମନେ !!
କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
Readers Interaction