ଏ ଶରୀର ମୋର ପାରୁ ନାହିଁ ଆଉ
ହେଲିଣି ମୁଁ ବୁଢା ଏବେ
ବାଇସି ପାହାଚେ ଚଢି ମୁଁ ପାରିବି
ଆଶା ଦିଶୁ ନାହିଁ ଟିକେ।
କେତେ ଆଶା ବାନ୍ଧି ଆସିଛି ତୋପାଖେ
ଆଶ୍ରା କି ଦେବୁନି ମୋତେ ।।
ଗଡି ଯାଆନ୍ତି କି ବାଇଶି ପାବଛେ
ଛାଡି ଯାନ୍ତା ଜୀବ ପଥେ
ନିଜେ ତ ପାରୁନି କେ ପାରିବ କରି
ଗଡାଇ ଦିଅରେ ମୋତେ ।
କେତେ ଆଶା ବାନ୍ଧି ଆସିଛି ତୋପାଖେ
ଆଶ୍ରା କି ଦେବୁନି ମୋତେ ।।
ପଡିଥିବ ଯେତେ ଭକ୍ତପାଦ ଧୂଳି
ହେଉଥାନ୍ତି ବୋଳି ମାଥେ
ଏ ଜୀବନ ଯେବେ ଯାଉଥାନ୍ତା ଛାଡି
ଯାଉଥାନ୍ତା ଜୀବ ସୁଖେ।
କେତେ ଆଶା ବାନ୍ଧି ଆସିଛି ତୋପାଖେ
ଆଶ୍ରା କି ଦେବୁନି ମୋତେ ।।
ଗଡି ନପାରିଲେ ଗଡି କି ପାରିବି
ଗଡାଇବ କିଏ ମୋତେ
ତୋ ରଥ ଦଉଡି ରଥ ଯାତରାରେ
ଧରି ବି ପାରିନି କେବେ।
କେତେ ଆଶା ବାନ୍ଧି ଆସିଛି ତୋପାଖେ
ଆଶ୍ରା କି ଦେବୁନି ମୋତେ ।।
ଭାବୁଥିଲି ପଡି ଯାଆନ୍ତି କି ଟିକେ
ପଡି ମୁଁ ପାରୁନି ନିଜେ
ଭକ୍ତ ଗହଳିରେ ଠେଲି କି ହୁଅନ୍ତି
ଅଦୃଶ୍ୟ ହାତର ହାତେ
କେତେ ଆଶା ବାନ୍ଧି ଆସିଛି ତୋପାଖେ
ଆଶ୍ରା କି ଦେବୁନି ମୋତେ ।।
ପ୍ରଶାନ୍ତ କୁମାର ହୋତା
ନୟାପଲ୍ଲୀ ଭୂବନେଶ୍ବର 9438004191
Readers Interaction