ରଙ୍ଗ ତୂଳୀ – ଶକୁନ୍ତଳା ପରିଡ଼ା

Views: 68
0 0
Read Time:3 Minute, 10 Second

ରଙ୍ଗ ତୂଳୀ

ଏ ହୃଦୟର କାଗଜରେ କାହାକୁ ମୁଁ ଦିନେ ଯାଗା ଦେଇଥିଲି

ତାକୁ ମୁଁ ମୋ ରଙ୍ଗ ତୂଳୀର ପ୍ରଥମ ପ୍ରେମ ବୋଲି କହୁଥିଲି

ଯାହାକୁ ମୁଁ ମୋ କାୟ, ମନ, ବାକ୍ଯରେ ବସେଇସାରିଥିଲି

ତା ପାଇଁ ହସୁଥିଲି କାହିଁକିନା ତାକୁ ମୋ ହସ ଭଲଲାଗୁଥିଲା

ତାକୁ ମୋ ଜୀବନର ସବୁ କଥା କହୁଥିଲି

କାହିଁକିନା ତାକୁ ମୁଁ ମୋ ଜୀବନଠାରୁ ବି ବହୁତୁ ଭଲପାଉଥିଲି

ପ୍ରଥମ ଥର ପାଇଁ ଛବି ତାର ଆଙ୍କିଥିଲି ମୋର ଏ ରଙ୍ଗ ତୂଳୀରେ

ଆଉ ସଜେଇଥିଲି ତାକୁ ପ୍ରକୃତି ରାଣୀର ରାଜକୁମାର ଭାବରେ

ବାସ୍ ସେ ଛବିକୁ ଟିକେ ସ୍ନେହ, ମମତା,ଭଲପାଇବା ମାଗିଥିଲି

ହେଲେ ସେ ଯେବେ ଭାଙ୍ଗିଦେଲା ହୃହୟକୁ ମୋର

ସେବେଠୁ ଛାଡ଼ିଦେଇଚି ରଙ୍ଗ ତୂଳୀ ମୋର

ସେ କାଇଁ ବୁଝିବ ସେ ମୋ ରଙ୍ଗ ତୂଳୀର କେବଳ

ପ୍ରଥମ ଛବି ନଥିଲା, ଥିଲା ମୋର ପ୍ରଥମ ପ୍ରେମ

ସେ ଯେବେ ଚାଲିଗଲା ଜୀବନରୁ ମୋର

ସେବେଠୁ ସେ ରଙ୍ଗ ତୂଳୀ ଆଙ୍କିନି ଛବି କାହାର

ସେ ଗଲା ପରେ ତା ଛବିକୁ ପୋଡ଼ି ପାଉଁଶ କରିଦେଇଛି ସତ

ହେଲେ ସେ ବୀରହର ନିଆଁ ଏବେବି ମନରେ କୁହୁଳୁଛି ଅନବରତ

ଏବେବି ହୃଦୟ ତା ପାଇଁ କଇଁ କଇଁ ହୋଇ କାନ୍ଦୁଛି

ହେଲେ ତା ଛବିକୁ ଆଉଥରେ ମନରେ ଆଙ୍କିବା ପାଇଁ ହୃଦୟ ମନା କରୁଛି

ଶକୁନ୍ତଳା ପରିଡ଼ା

ଡ଼ାହାନିଖିଆ (ଗାରୋଇ), ନାଉଗାଁ, ଜଗିସଂହପୁର

Share this :
Next Post

ପ୍ରଶଂସା - ସୁକାନ୍ତ ଖଣ୍ଡା

ଆଜିକାଲି ଆମେ ସବୁବେଳେ ଚାହୁଁ ପ୍ରଶଂସା ମିଳୁ ନିଇତି ହେଲେ ହୋଇଥାଉ ଧୀଟ ଅବା ନୀଚ୍ଚ ଦେଖେଇବାକୁ ହିଁ ଛାତି। ଯେଉଁମାନେ ସଦା ବେଶି କି ପ୍ରଶଂସା ଉପରେ ପଡି଼କି କରେ ବୁଝିବାକୁ ହେବ ଆତ୍ମସ୍ବାର୍ଥ ଅଛି ସେ ପାଇଁ ଅମୃତ ଝରେ। ଆମେ ହୀନଜନ ବୁଝିପାରୁ ନାହିଁ ପ୍ରଶଂସା କଲା କାହିଁକି ପ୍ରଶଂସା ଲୋଡା଼ ତ ପୋତି ହୋଇଯାଉ ବିଭୋରେ ଉଡୁ ନାହିଁକି? ଯେତେବେଳେ ନେଡି଼ ଗୋଡ଼କୁ ବୁହଇ […]

Subscribe US Now