କ୍ଷଣ ଭଙ୍ଗୁର ଦୁନିଆରେ..
ଏଇ ରଙ୍ଗମଞ୍ଚରେ…
ଅଭିନୟ ସାଙ୍ଗପରେ..
କାଳର କରାଳ ନିର୍ଦ୍ଧେଶ ରେ..
ଛାଡି ସଭି ସାଥି ସହୋଦରେ…
ଚାଲିଯିବୁ ତୁ ଏକୁଟିଆ !!
କେହି ସାଥିରେ ଯିବେନି..
ଦେଇ ତୋତେ ଏଇଠୁ ମେଲାଣି..
ମିଛରେ କରିଣ ଭାଳେଣି..
ସ୍ୱର୍ଗଦ୍ୱାରେ ଯୋଗାଡ଼ି ଜାଳେଣି…
ଏଇ ଦେଖ ଅଗ୍ନି ସଂଯୋଗ କଲେଣି..
ଆତ୍ମା ପାଇଁ ପ୍ରାଥନା କଲେଣି !!
ଜ୍ଞାତି ପରିଜନ ନିରବ ପ୍ରାଥନା କଲେଣି..
ତିନିଦିନ ଦୂର ବନ୍ଧୁଙ୍କୁ ଖବର ପଠାଇ..
ଟିକତ ଭୋଜନ ର ବ୍ୟବସ୍ଥା ହେଲାଣି..
ନବମ ଦିନ ଶୌଚ କାମ ସାରିଲେଣି..
ଦଶ ଦିନେ ଶୁଦ୍ଧିକ୍ରିୟା ବ୍ୟବସ୍ଥା ହେଲାଣି
ଏକାଦଶେ ଜ୍ଞାତି ଭୋଜ ଯୋଗାଡ ହେଲାଣି !!
ଦ୍ୱାଦଶ ଦିବସରେ ଗୁହ ପବିତ୍ର ପାଠ କରଇ..
ଦାନ ଧର୍ମ ପୁଣ୍ୟ କର୍ମେ ବୈକୁଣ୍ଠରେ ଯାଇ…
କର୍ମ ଅନୁସାରେ ଫଳ ପ୍ରାପ୍ତି ହୋଇ..
ମୋହ ମାୟା ସଂସାରେ ମୋର ମୋର କହି..
ସାଉଁଟି ଥିଲୁ ଧନରାଶି ଛାଡି ଗଲୁ ତୁହି..
ଏକୁଟିଆ ଆସିଥିଲୁ ଗଲୁ ଏକା ହୋଇ !!
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
8275533780
Readers Interaction