ଶିକ୍ଷକ ଓ ରାସ୍ତା – ସୁକାନ୍ତ ଖଣ୍ଡା

Views: 43
0 0
Read Time:2 Minute, 15 Second

ଶିକ୍ଷକ ଓ ରାସ୍ତା

ଦୁଇଟି ଶଦ୍ଦ

ଜଣେ ଠିଆ ହୋଇ ଚେଲାଙ୍କୁ ତ

ଆରକ ନେଇଯାଏ ସବୁ ପ୍ରାଣୀଙ୍କୁ

ଠିକଣା ଯାଗାକୁ।

ଯେଉଁଠି ପରିପୂର୍ଣ୍ଣ ତା’

ମନର ମନ,ବିବେକର ବିବେକ

ସତ୍ଯ ଆଉ ଧର୍ମ ପାଳନ କରିବାକୁ।

ସତରେ !

ଶିକ୍ଷକ ତା’ ଚେଲାକୁ ପହଞ୍ଚାଏ

ମୁକ୍ତିର ଦ୍ବାରକୁ

ଯେଉଁଠି ଈଶ୍ବର ସଙ୍ଗେ ଖେଳିବେ

ସୁନାମାଛ ଓ ହୀରାର ବେଙ୍ଗୁଲୀ ପରି

ଆଉ ରାସ୍ତା ତ ବୋହି ନେଇଥାଏ

ଅତି ଆପଣାର ଲୋକଙ୍କ ପାଖକୁ

ଯେଉଁମାନେ ଶୟନେ ଶପନେ ଚାହିଁ ରହିଥାନ୍ତି

ଇପ୍ସିତ ଲୋକଙ୍କୁ।

ଭାଇ !

ଭଲ କି ବୁଝନ୍ତୁ ତ

ଆଉ ବି ବୁଝାଇ କହନ୍ତୁ କି

ଶିକ୍ଷକ ଓ ରାସ୍ତା ଈଶ୍ବରଙ୍କ ଦରବାରେ

ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ

ନୁହେଁ କି?

ଯେଉଁ ଦୁଇଜଣ ଭଲ ବ୍ଯତିତ ମନ୍ଦକୁ

କେବେ ଶିଖାଉଛନ୍ତି ନା ଶିଖାଇବେ

ଏ ଧରା ଧାମରେ।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ଆହତ ଫଗୁଣ - ଡ. ପଦ୍ମଲୋଚନ ରାଉତ

ମଳୟ ଖୋଜୁଛି ବସନ୍ତକୁ ଏଠି ଫୁଲ ଖୋଜେ ପ୍ରଜାପତି ନିଦାଘ ଦାଉରେ ଖୋଜୁଛି ଫଗୁଣ ତପନ ହସୁଚି ନିତି ଶୁଭୁନି କୋକିଳ ସ୍ଵନ ସପନ ବଣିକ ସାଜି ସେ ଆସିବ ଚୁମିବାକୁ ପ୍ରିୟତମ l 1 ଆମ୍ବ ଗଛ ଏଠି ନୀରବେ ବସିଚି କୋଇଲିର ନାହିଁ ଦେଖା ନାଲି କୃଷ୍ଣଚୂଡ଼ା ଗୁମୁରି କାନ୍ଦୁଚି ନଈ କୂଳ ଦିଶେ ଫାଙ୍କା ଋତୁରାଜ ଆଗମନେ ନିଦାଘ ତାତିରେ ତୁଷାର୍ତ୍ତ ବସନ୍ତ ଝାଂଜି ପିଟେ […]

Subscribe US Now