ହେ ଭୋଳେଶ୍ଵର – ରାହୁଲ ମହାନ୍ତି

Views: 72
0 0
Read Time:2 Minute, 57 Second

ଆହେ ତ୍ରିଲୋଚନ ତ୍ରିଶୂଳ ଧାରଣ

ସୃଷ୍ଟିର ସଂହାର କାରୀ

ଭକ୍ତିରେ ଅର୍ପୁଛି କେତକୀ, ଗୟେସ

ଘେନ ହୋ ମୋର ଗୁହାରି(1)

ମସ୍ତକେ ଲଲାଟ ଜଟେ ଅର୍ଦ୍ଧଚନ୍ଦ୍ର

ଗଳାରେ ଶୋଭା ବାସୁକୀ

କଇଳାଶ ପତି ଅଗତି ର ଗତି

ବର୍ଣ୍ଣିଲେ ହେବନି ଲେଖି(2)

ଭକତ ଙ୍କ ପାଇଁ ତୁମେ ଭୋଳାନାଥ

ବର ଦେଇଥାଅ ଯାଚି

ଭକ୍ତ ଲୁହ ତୁମ ପାଇଁ ହେ ପାଦୁକ

ପୁରାଣ ଦେଇଛି ସୂଚୀ(3)

ତୁମେ ସତ୍ୟ ଶିବ ତୁମେ ହିଁ ସୁନ୍ଦର

ତୁମେ ଅଗତି ର ଗତି

ତୁଣ୍ଡେ ତୁମ ନାମ ଧରି ହେ ଈଶ୍ୱର

ଯାଉ ଏ ଜୀବନ ବିତି(4)

ତୁମ ନାମ ସଦା ସର୍ବଦା ଧରିଲେ

ମୃତ୍ୟୁ କରେ ଭୟଭିତ

ତୁମ ନାମ, ରସ, ସଂକୀର୍ତନ କରି

ପାଗଳ ଏଇ ଜଗତ(5)

ନୀଳକଣ୍ଠ ରୂପେ ମାନ୍ୟତା ପାଇଲ

ସେ ବିଷ କଲ ପାନ

କାଳକୁଟ ବିଷ ପାନ କରି ପ୍ରଭୁ

ମର୍ତ୍ତ୍ୟରେ ରଖିଲ ମାନ(6)

ହେ କପିଳେଶ୍ଵରର ବାବା ମହେଶ୍ୱର

ମାତା ପାର୍ବତୀଙ୍କ ପ୍ରାଣ

ତୁଣ୍ଡେ ମୋର ଖାଲି ହୋଇ ଶିବ ଶିବ

ବିତୁ ମୋର ରାତି, ଦିନ(7)

ପ୍ରଭୁ ଭୋଲେଶ୍ୱର ଦୟା ର ଈଶ୍ୱର

ସଭିଙ୍କୁ କର ଆଶିଷ

ତୁମ କୃପା ପାଇ ଏହି ସଂସାର ରେ

ରଖିଯିବୁ ନାମ, ଯଶ(8)

ରାହୁଲ ମହାନ୍ତି

ଅନୁଗୁଳ

Share this :
Next Post

ନାରୀ - ପ୍ରଜ୍ଞାଲିନ ସାହୁ

ନା: ନାଇକା ଅଟଇ ସମାଜର ଧାତ୍ରୀ ସୃଷ୍ଟି କରଇ ଯତନେ ଫୁଲ କଢି କଢିର ପାଖୁଡା ମେଲାକୁ ଦେଖି ଖୁସିରେ ନିଜ କଷ୍ଟକୁ ଯାଇ ଭୁଲି || ରୀ:ରୀତି ନୀତି ଧର୍ମ କର୍ମକାରୀ ଯାହାକୁ କେହି ନ ପାରିବେ ଖୁଣି ସ୍ନେହ ପ୍ରେମରେ ସର୍ବଦା ରଖଇ ବାନ୍ଧି ଅଧର୍ମ ଦେଖିଲେ ସାଜେ ନାରାୟଣୀ || ଭିନ୍ନ ଭିନ୍ନ ରୂପରେ ଆସେ ସେ ନାରୀ ଘରକୁ ନେଇ ଖୁସିର ଲହରୀ କେବେ […]

Subscribe US Now