ନା: ନାଇକା ଅଟଇ ସମାଜର ଧାତ୍ରୀ
ସୃଷ୍ଟି କରଇ ଯତନେ ଫୁଲ କଢି
କଢିର ପାଖୁଡା ମେଲାକୁ ଦେଖି
ଖୁସିରେ ନିଜ କଷ୍ଟକୁ ଯାଇ ଭୁଲି ||
ରୀ:ରୀତି ନୀତି ଧର୍ମ କର୍ମକାରୀ
ଯାହାକୁ କେହି ନ ପାରିବେ ଖୁଣି
ସ୍ନେହ ପ୍ରେମରେ ସର୍ବଦା ରଖଇ ବାନ୍ଧି
ଅଧର୍ମ ଦେଖିଲେ ସାଜେ ନାରାୟଣୀ ||
ଭିନ୍ନ ଭିନ୍ନ ରୂପରେ ଆସେ ସେ ନାରୀ
ଘରକୁ ନେଇ ଖୁସିର ଲହରୀ
କେବେ ଭଗିନୀ ତ କେବେ ଜନନୀ
ଆଉ କେବେ କନ୍ୟା ତ କେବେ ଧର୍ମପତ୍ନୀ ||
ଫୁଲ ପରି କୋମଳ ନାରୀ
ପରଶେ ନେଇ ଦିଅଇ ଖୁସି
କଣ୍ଟା ପରି କଠୋର ନାରୀ
ସ୍ୱାଭିମାନ ପାଇଁ ସାଜଇ କାଳୀ
ସ୍ନେହ ମମତାର ମୂର୍ତ୍ତି ନାରୀ
ଦୁଃଖ ଆପଣାଇ ବାଣ୍ଟଇ ଖୁସି
ଈଶ୍ୱରଙ୍କ ଅନନ୍ୟ ରୂପ ନାରୀ
ସେଥିପାଇଁ ତ ସେ ସାଜେ ଦୁହିତା ରାଣୀ
ନିଜର ଅସ୍ତିତ୍ବ ପାଇଁ ସଂଘର୍ଷରତ ନାରୀ
ବଳିଦାନ ବଦଳରେ ଖୋଜେନି ମୁକ୍ତା ମଣି
ସୃଷ୍ଟିର ସମ୍ଭାର ଏହି ନାରୀ
ଯାହା ଲାଗି ଧରିତ୍ରୀ ହସି ଉଠଇ
ଜଗତର ସ୍ନେହୀ ଜନନୀ ନାରୀ
ଦଶ ମାସ ଖୁସି ଖୁସି ପଦାଘାତ ସହଇ ||
ଆଜି ସେ ଈଶ୍ୱର ଗଢ଼ିଛନ୍ତି ମୋତେ ନେଇ
ନାରୀ ସମ୍ଭାର ବିଶ୍ୱ ରୂପ ଗୁଣ ଦେଇ
ଯାହାଲାଗି ମୁଁ ଖୁସିରେ ବହୁ ଗର୍ବିତ ଅଛି
ଆଉ ଚେଷ୍ଟିତ ମୋ ଜନ୍ମକୁ ସାର୍ଥକ କରିବା ପାଇଁ ||
ପ୍ରଜ୍ଞାଲିନ ସାହୁ
ଜଗତସିଂହପୁର, ବାଲିକୁଦା
Readers Interaction