ଆଶା ଓ ନିରାଶା – ସୁକାନ୍ତ ଖଣ୍ଡା

Views: 44
0 0
Read Time:3 Minute, 9 Second

ଅଳସୁଆ ସଦା ଅଳସ ପଣରେ

ନିରାଶା ହୃଦୟେ ବୋହି

ହାତ ଓ ଗୋଡ଼କୁ ଅଚଳ କରଇ

ଆଖିରୁ ଲୁହ ଗଡେ଼ଇ।

କହୁଥାଏ ସଦା ମୋ’ ଦେଇ ହେବନି

ଏହିସବୁ ବଡ଼ କାମ

କେମିତି କରିବି ବୁଦ୍ଧି ଦିଶୁନାହିଁ

କଲେ ନେଇପାରେ ଯମ।

ତା’ର ହୃଦୟରେ ବସା ବାନ୍ଧିଥାଏ

ନିରାଶାର ମିଥ୍ଯାକାଳ

ସେ ପାଇଁ ଦେହ ଓ ମନର ଭିତରେ

ଜାଗେ ନାହିଁ ମୋଟେ ବଳ।

ଅଳସ ପଣକୁ ପରିହରି ଯଦି

ଆଶାକୁ ହାତରେ ଧରି

ସୁକରମ କଲେ ଅବଶ୍ଯ ମିଳିବ

ସଫଳ ଆସିବ ଝରି।

ମନ ଓ ବିବେକ ଖଟାଇଇଲେ ସିନା

ଆଶା ହିଁ ସଫଳ ହେବ

ନିରାଶାକୁ ସଦା ଦୂରେ ଫିଙ୍ଗିଦେଇ

କାମରେ ଯେ’ ଲାଗିଯିବ।

ଆଶା ଆଉ ପୁଣି ନିରାଶା ଶବଦ

ମୁଦ୍ରାର ଦୁଇଟି ପାଖ

ଗଡା଼ଣି ସରିଲେ ଊଠାଣି ସଦୃଶ

ଆସିଯାଏ ସଦା ଦେଖ।

ଏହାକୁ ଯେ’ ଲୋକ ଅନୁଭବ କରି

ଚାଲିବ ସୁକର୍ମ କରି

ଆଶାର ଆଲୋକ ଉଜ୍ଜିବୀତ ହେବ

ସଫଳ ଆସିବ ଘୂରି।

ଏହା ତ ଲାଗିଛି ସଂସାର ହାଟରେ

ଦୁଇଟି ପାଖ ସର୍ବଦା

କରମ କରିଲେ ନିରାଶା ଦୂରକୁ

ବାଧ୍ଯ ହୋଇଯିବ ବିଦା।

ଆଶା ଆଣିଥାଏ ହୃଦୟକୁ ବଳ

ନିରାଶା ଦୁର୍ବଳ କରେ

ସତ୍ଯ ତ ଏଇଆ ହେ’ ଭାଇ ଭଉଣୀ

ବୁଝ ତ ମନକୁ ଥରେ।

କରମର ଫଳ ମିଠା ହୋଇଥାଏ

ଆଶାରେ ଚାଲିବା ଯେବେ

ଅକର୍ମା ହୋଇକି ନିରାଶା ଧରିଲେ

ସଫଳ ହୁଏନି କେବେ?

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ଆଶା ଓ ନିରାଶା – ସୁକାନ୍ତ ଖଣ୍ଡା

  1. ଆଶା ଓ ନିରାଶ କବିତାଟି ପଢ଼ିଲି
    ମୋତେ ଭଲ ଲାଗିଲା

Comments are closed.

Next Post

ଶକୁନ୍ତଳା - ସୁରେଶ ଚନ୍ଦ୍ର ମହାନ୍ତ

ତମ ପାଇଁ ମନା ହସ୍ତିନା ହେ ମୁନି କନ୍ୟା ଶକୁନ୍ତଳା ଅବଶ୍ୟ ତମେ ମଳୟ ମରୁତ ଦୁଷ୍ମନ୍ତ ପାଇଁ ପ୍ରେରଣାର ତଥାପି ବିନା ଦୋଷେ ହୁଅ ତାଙ୍କଠାରୁ ନିର୍ଯାତିତ ନ ଦେଖାଇ ନାମାଙ୍କିତ ମୁଦ୍ରିକା ଆଜି ତମେ ନରେଶେ ଅଚିହ୍ନ! ସବୁ ଦେଇ ଭଲ ପାଇ କଣ୍ୱ ଆଶ୍ରମ ଲଳନା ସର୍ବଂ ସହା ବସୁନ୍ଧରା ହୋଇ ତମେ ଥିବ ମୁହଁ ନ ଖୋଲି କେତେଦିନ ଆଉ କେତେଦିନ ଆଦରି ସ୍ମୃତିର […]

Subscribe US Now