Read Time:1 Minute, 51 Second
ନାରୀ
ନାହିଁ ଯାହାର ଅରି
ସେ ନାରୀ
ଯିଏ ଏ ସୁନ୍ଦର ସଂସାରକୁ
ଢାଙ୍କି ରଖିଥାଏ ତା ପଣତରେ
ପ୍ରେମ,ସ୍ନେହ ମମତରେ ଭରି
ନାରୀ
ତାର କେତେ ଯେ ରୂପ
କେତେ ଯେ କାହାଣୀ
କେବେ ମାଆ, ଭଉଣୀ, ଖୁଡି, ମାଉସୀ
ସାଙ୍ଗସାଥି ଆଉ ପତ୍ନୀ ପ୍ରେୟସୀ
ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ
ଆଜି ବି ନାରୀ ବିଚାରୀ
ଆଜି ବି ନାରୀ ବିଚାରୀ
ନାରୀ ନୁହେଁ ସେ ନାରାୟଣୀ
ନାରୀନୁହେଁ ସେ ନାରାୟଣୀ
ସେ ନୁହେଁ ଅବଳା ଦୁର୍ବଳା
ଦରକାର ହେଲେ ସାଜିପାରେ କାଳୀ
ସଂହାରି ପରେ ସାଜି ଦଶଭୂଜା ଦୁର୍ଗା
ନାରୀ ନୁହେଁ ସେ ନାରାୟଣୀ
ଯୁଗେ ଯୁଗେ ସେ ପୂଜ୍ୟା
ଯୁଗେ ଯୁଗେ ସେ ପୂଜ୍ୟା
ଶ୍ରୀମତୀ ଦୀପ୍ତିମୟୀ ବାରିକ୍
ଡିମିରିଡିହା,ପାଟଣା, କେନ୍ଦୁଝର
Readers Interaction