ଅର୍ଣ୍ଣଦାତା କୃଷକ – ରମାଜ୍ୟୋତିମୟୀ ସାହୁ

Views: 29
0 0
Read Time:3 Minute, 37 Second

କୃଷି ଜମି କୋଣ ଅନୁକୋଣରେ
ଯାହାର ଜୀବନ,
କୃଷକ ହେଉଛି  ସେହି  ଦିବ୍ୟ
ପୁରୁଷ ମହାନ।
ଯାହା ବିନା କ୍ଷଣେ ନ ଚଳେ
ଏ ସାରା ସଂସାର,
କୃଷି ବ୍ୟବସାୟ ପେଶା ଅଟେ
ଜୀବିକା ତାଙ୍କର ।
କୃଷି ପର୍ବ ଅକ୍ଷୟ ତୃତୀୟା
ଦିନ ଅମୂଲ ମୂଳ,
ଆରମ୍ଭିଲେ ଚାଷ ଯେଉଁ କୃଷକ
ମିଳେ ଶସ୍ୟ ସୁଫଳ ।
ମାଟି ମାଁର ବକ୍ଷକୁ କୃଷକ
ବିଦିର୍ଣ୍ଣ ଯେ କରେ,
ହଳ କର୍ଷଣ କରି ଚାଷ ବର୍ଷା
ପଡ଼ିଲେ  କରେ ।
ହାଡ଼ଥରା ଶୀତ ହେଉ ଅବା
ମୁଣ୍ଡଫଟା ଖରା,
ବାଧେ ନାହିଁ କଷ୍ଟ ହେଉ ପଛେ
ଶ୍ରାବଣର ଧାରା ।
ଦୁଇବେଳ ଦୁଇମୁଠା ନ ପାରଇ
ପେଟ ପୁରା ଖାଇ,
କିନ୍ତୁ ସଂସାର ପୋଷଣ ପରିଶ୍ରମେ
କର ତୁମ୍ଭେ ଭାଇ ।
ନିଜେ ନ ଖାଇ ତୁମେ ଦେଶ ପାଇଁ
ଯୋଗାଇ ଦିଅ ଆହାର,
ତଥାପି ଦୁନିଆର କେହି ତୁମକୁ
ନ କରେ ଆଦର ।
ଏ ପଲ୍ଲୀ ଭୂମି, କୃଷି ଭୂମି
ସ୍ଵର୍ଗ ଭୂମି ତା’ ପାଇଁ,
ନିଜ ସୁଖ ବଳି ଦେଇ ଚାଷ
କରେ ଅନ୍ୟ ପାଇଁ।
ଉନ୍ନତି କ୍ଷେତ୍ରରେ ଦିଆଯାଉ
ତାଙ୍କୁ ଅଧିକାର,
ଏ ଜୀବନେ ସମ୍ମାନ କରନ୍ତୁ ସଭି
ସଦା ହେ ତୁମ୍ଭର ।
ଘର୍ଷଣ ବିନା ମୁକ୍ତା ଯେପରି
କେବେ ଚମକିବ ନାହିଁ,
ନ ପରଖିବ ଯଦି କୃଷକକୁ କେବେ
ମହତ ଜାଣିବ ନାହିଁ ।
ଧନ୍ୟ ଧନ୍ୟ ହେ କୃଷକ ତୁମ୍ଭେ
ଧନ୍ୟ ତୁମ ପରିଶ୍ରମ,
ଅନ୍ନଦାତା ତୁମେ ଏ ବିଶ୍ୱରେ
ଭଗବାନ ସହ ସମ ।
ନିଜେ ଧନ୍ୟ ମନେ କରୁଛି ଆଜି
ମୁହିଁ ମୋ ଜୀବନେ,
କୃଷକ ପରିବାରେ ମୋର ଜନମ
ଆନନ୍ଦିତ ମୁଁ ମନେ ।

ରମାଜ୍ୟୋତିର୍ମୟୀ  ସାହୁ
 ଡଙ୍ଗାବାହାଲ, କଳାହାଣ୍ଡି

Share this :
Next Post

କୃଷକ - ସସ୍ମିତା ସାହୁ

     ହଳ ଲଙ୍ଗଳ ମୋ         ହେଇଗଲା ଖତ              ପଡି ପଡି  ଖଳା  ମୁଣ୍ଡେ  ,    ବହୁଦିନ  ହେଲା         ଅମାର ଟା ମୋର               ଖାଇନି  ଫସଲ  ଗୁଣ୍ଡେ  ।।   ଛଅ  ମାଣ  ଜମି        ପଡିଆ ପଡିଛି              କରୁଛି  ବାଳୁଙ୍ଗା   ରାଜ,   ଧରଣୀ  ମାଆଟା        ଗୁମୁରି  କାନ୍ଦୁଛି               ଭାଙ୍ଗୁଛି  ହଳୁଆ   ସାଜ ।।   ପୁଅଟା  ମୋହର        କହୁଛି  କରିବ               କଂକ୍ରିଟ  ଜଙ୍ଗଲ  ଚାଷ ,    ପଇସା  ପତର          ଅଭାବ  ହବନି               ଗଣିବନି  ଆଉ  […]

Subscribe US Now