ପ୍ରଥମ ଦେଖା – ବିମଲ ସାସ୍ମଲ

Views: 67
0 0
Read Time:1 Minute, 45 Second

ଲାଜ ଭିଜା ତୁମ ପ୍ରଥମ ଦେଖା (ମୌସୁମୀ),

ଶିଖାଇଲା ମୋତେ କବିତା ଲେଖା |

ହସଭରା ତୁମ ଆଖିର ଶିଖା,

ସୃଷ୍ଟି କଲା ମନେ ପାଗଳ ରେଖା |

ଦେଇଥିଲ ଆଶା ନହୋଇ ଦେଖା,

ମନ କଥାକୁ ନକରି ଅପେକ୍ଷା |

ଭଲ ପାଇବାରେ କେତେ ଯେ କଳି,

ଦିନ ପରେ ରାତି ଯାଏ ବଦଳି |

ବଦଳୁଛି ମୋର ଜୀବନଶୈଳୀ,

ପୂର୍ଣ୍ଣତାରେ ଅଛି କେତେ ଯେ ଅଳି |

ସ୍ବପ୍ନର ତୁମେ ଜେମା ଅଲିଅଳି,

ପଲକରେ ମୋ ଜହ୍ନର ଦୀପାଳି |

ସ୍ବପ୍ନ ତୁମେ ମୋ ସ୍ୱଳ୍ପ ଚନ୍ଦ୍ରମାର,

ତୁମେ ଅଟ ମୋର ଶ୍ରେଷ୍ଠ ଉପହାର |

ତୁମ ଦର୍ଶନ ହୁଏ ବାରମ୍ବାର,

କଥା ବୋଧେ ଏ ଭଲ ପାଇବାର |

ତୁମ ପାଦ ସ୍ୱର ପକାଏ ଗାର,

ସଙ୍ଗୀତର ତାଳେ ନାଚେ ମୟୁର |

ବିମଲ ସାସ୍ମଲ

ଭୁବନେଶ୍ୱର

ମୋ:-9777744947

Share this :
Next Post

ପ୍ରିତି ଭରା ଜୋଛନା ରାତି - ସସ୍ମିତା ସାହୁ

ପ୍ରିତି ଭରା ଏଇ ଜୋଛନା ରାତିରେ ମନେ ପଡ ତୁମେ ସାଥୀ ହୃଦୟ ଜାଣିଛି କେମିତି କାଟୁଛି ତୁମ ବିନା ଏହି ରାତି ।। ବିରହ ନିଆଁରେ ମୁ ଜଳୁଅଛି ତୁମେ କି ପାରୁନ ବୁଝି ବିଦେଶେ ରହିଲ କାହା ସାଥେ ତୁମେ କାଣୀ କେମ୍ପି ଅବା କୁଜି ।। ତୁମର ବାଟକୁ ଅପେକ୍ଷା କରିଛି ଆସିବ କେବେ ଯେ ଫେରି ସେଇଦିନ ପୁଣି ଏକାଠି ହୋଇବେ ବିଛେଦର ଏ […]

Subscribe US Now