କେମିତି କହିବି ଉତ୍କଳ ସନ୍ତାନ
ଯେଉଁଠି ନାରୀଟେ ନିଇତି ବଳାତ୍କାର ପାଉଛି !
କେମିତି କହିବି ଉତ୍କଳ ସଜନ
ଯେଉଁଠି ନ୍ଯାୟ ନ ପାଇ ନିର୍ଦୋଷୀଟେ ଆତ୍ମହତ୍ଯା କରୁଛି !
କେମିତି କହିବି ଉତ୍କଳ ଶିକ୍ଷକ
ଯେଉଁଠି ଭାଷାର ମହତ ଦିନକୁ ଦିନ ହ୍ରାସ ହେଉଛି !
କେମିତି କହିବି ଉତ୍କଳ ଓକିଲ୍
ଯେଉଁଠି ନ୍ୟାୟ ନିଷ୍ପତ୍ତି ଟଙ୍କାରେ ବନ୍ଧା ହୋଇଛି !
କେମିତି କହିବି ଉତ୍କଳ ଡକ୍ଟର
ଯେଉଁଠି ଗରିବ ଜନଟେ ରୋଗରେ ସଢ଼ୀ ମରୁଛି !
କେମିତି କହିବି ଉତ୍କଳ ପୁଅ ମୁଁ
ଯେଉଁଠି ବୃଦ୍ଧ ବୃଦ୍ଧାଶ୍ରମେ ନିଇତି ବୃଦ୍ଧି ହେଉଛି !
କେମିତି କହିବି ରାଜନୀତି କରୁଛି
ଯେଉଁଠି ରାଜନେତାଟେ ସର୍ବସ୍ବ ଲୁଟି ଖାଉଛି !
କେମିତି କହିବି ଭଲ ଭାଇଟେ
ଯେଉଁଠି ଭଉଣୀ ସୁରକ୍ଷିତ ନ ପାଉଛି !
କେମିତି ଦେବି ଉତ୍କଳ ପରିଚୟ
ଯେଉଁଠି ସୀମା ଅନ୍ଯଜଣେ ଦଖଲ କରୁଛି !
କେମିତି କହିବି ଭଲ ଲେଖକଟେ
ଯେଉଁଠି ବିରୋଧ ସ୍ବର ଆନ୍ଦୋଳନ ନହେଉଛି !
କେମିତି କହିବି ମୁଁ ସମ୍ପାଦକଟେ
ଯେଉଁଠି ବନାନ ଅଶୁଦ୍ଧି ନିଇତି ମିଳୁଛି !
କେମିତି କହିବି ମୁଁ ଭଜରାମ
ଯେଉଁଠି ରାମ ଶବ୍ଦର ଅର୍ଥ ନ ଜାଣିପାରୁଛି !
ଭଜରାମ ସେଠୀ
ନିରାଳ,ଗଞ୍ଜାମ
Readers Interaction