ମୋ ପ୍ରିୟ ମହାଦେବ – ମମତା ବାରିକ

Views: 49
0 0
Read Time:1 Minute, 49 Second

ଦେବ ଙ୍କ ଦେବ ମୋର ମହାଦେବ
ପୂଜେ ତମକୁ ହୃଦୟେ ମୋର
ରଖେ ହୃଦୟ କୁ ମୋର ଉଜାଗର
ଆହେ ମୋ ଭୋଳାଶଙ୍କର।।
ଶବର ପାଇଲା ମୁକ୍ତି ତମ ଦୟାରେ
ରହିଲା ଶିବଲୋକରେ
ତୁମକୁ ପୂଜିଥିଲା ତା ଅଜାଣରେ
ଭାଗ୍ୟବାନ ଥିଲା ସତରେ।।
ତାପରି ଭକ୍ତି ନାହିଁ ମୋର ପାଖରେ
ପୂଜିବି ତମକୁ ହୃଦୟରେ
ସବୁ କୁଭାବନା ହିଂସା ଦୂରେଇ ଦିଅ
ମୋ ମନ ହୃଦସମ୍ଭରୁ।।
ସମୁଦ୍ର ମନ୍ଥନ ରେ ହେଇଥିଲ ପ୍ରଭୁ
ନିଦ୍ରା ଦେଶରେ ବେହୋସ
ସବୁ ଦେବାଦେବୀ ଥିଲେ ଉଜାଗର
ତା ହେଲା ତମ ଜାଗର।।
ପୂଜିବି ତୁମକୁ ଦେଇ ବେଲପତ୍ର
ଆଉ ଦୁଦୁରା ଫୁଲ
ଜାଳିବି ଜାଗର କରି ତମକୁ ସ୍ମରଣ
ଆହେ ମୋ ଭୋଳାଶଙ୍କର।।

ମମତା ବାରିକ

ସ୍ଥାନ-ଯାଜପୁର,ବାରବାଟି,ଗ୍ରାମ-ବାମଦେବପୁର, ପିନ-755008।

Share this :
Next Post

ଫଗୁଣର ଗୁମାନ - ସୁକାନ୍ତ ଖଣ୍ଡା

ତୁମେ ସଜେଇ ଦେଇଛ ସମର୍ପି ଦେଇଛ ବି ନିଜକୁ ଗୋଟେ ଆତ୍ମୀୟତାରେ,ଗୋଟେ ଭାବ ଓ ଭକ୍ତିରେ ମନ ଅଗଣାରେ,ହୃଦୟ କୋଣରେ ସୌନ୍ଦର୍ଯ୍ଯର ମହିମା ସାରା ସଂସାରକୁ ବି ରଙ୍ଗେଇ ଦେବାର କାମନା ବାସନା ଆନନ୍ଦରେ ବିଭୋର କରିବାକୁ କାମନାରେ ସଢା଼ଇ ମାରିବାକୁ। ସତରେ ! ତୁମେ ତୁମର କର୍ତ୍ତବ୍ଯ ଓ ଅଧିକାର ଈଶ୍ବରଙ୍କ ଇଛା ଆଉ ଆଶାକୁ ସମ୍ମାନ ଦେଇଛ,ଚିତ୍ରିତ କରିଛ ଏ ଧରଣୀକୁ ପତ୍ର,ଫୁଲ ଓ ଫଳରେ ଭରି […]

Subscribe US Now