ତୁମେ ସଜେଇ ଦେଇଛ
ସମର୍ପି ଦେଇଛ ବି ନିଜକୁ
ଗୋଟେ ଆତ୍ମୀୟତାରେ,ଗୋଟେ ଭାବ ଓ ଭକ୍ତିରେ
ମନ ଅଗଣାରେ,ହୃଦୟ କୋଣରେ
ସୌନ୍ଦର୍ଯ୍ଯର ମହିମା
ସାରା ସଂସାରକୁ ବି ରଙ୍ଗେଇ ଦେବାର
କାମନା ବାସନା
ଆନନ୍ଦରେ ବିଭୋର କରିବାକୁ
କାମନାରେ ସଢା଼ଇ ମାରିବାକୁ।
ସତରେ !
ତୁମେ
ତୁମର କର୍ତ୍ତବ୍ଯ ଓ ଅଧିକାର
ଈଶ୍ବରଙ୍କ ଇଛା ଆଉ ଆଶାକୁ
ସମ୍ମାନ ଦେଇଛ,ଚିତ୍ରିତ କରିଛ
ଏ ଧରଣୀକୁ ପତ୍ର,ଫୁଲ ଓ ଫଳରେ
ଭରି ଦେଇଛ ପ୍ରାଣୀ ଉଦ୍ଭିଦଙ୍କୁ।
ସଭିଏଁ ଭାରି ଆନନ୍ଦିତ କି
ତାଙ୍କ ଇପ୍ସିତ ଖାଇବା,ରହିବା,ଶୋଇବା
ଆଉ ମିଳି ଯାଇଛି ସାଥୀ
ଯିଏ ହୃଦୟକୁ ବୁଝିବ
ମନକୁ ବୁଲାଇ ଆଣିବ
ସୂର୍ଯ୍ଯଙ୍କ ଦେଶ,ପାହାଡ଼ ସେପଟ ମେଘଙ୍କ ଘର
ବସାଇ ସବାରୀରେ।
ଆଜି ଇଛା ଓ ଆଶା ସବୁ
ପରିପୂର୍ଣ୍ଣ ପାଇଁ
ସଭିଏଁ ପ୍ରଣାମ ଆଉ ଧନ୍ଯବାଦ
ଦେଉଛନ୍ତି ତ
ପୋତି ହୋଇ ଯାଉଛ ତୁମେ
ଗୁମାନରେ ବସି ଯାଇଛ
ମହାରାଣୀ ପରି ସିଂହାସନେରେ
ଶାସନ କରିବାକୁ,ପ୍ରଜାଙ୍କୁ ପାଳିବାକୁ
ଈଶ୍ବରଙ୍କ ଆଦେଶ ଓ
ସମ୍ମାନ ରଖିବାକୁ।
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction