ଫଗୁଣ ଆସିଛି ଏବେ ମୋ ପ୍ରିୟା କୁ ଧରି – ସମର ବଲ୍ଲଭ ଭୋଇ

Views: 56
0 0
Read Time:2 Minute, 45 Second

ଫଗୁଣ ଆସିଛି ଏବେ ପ୍ରିୟ କୁ ଧରି
ମୃଦୁ ମଳୟ କୁ ସାଥେ ସାଥି କରି
ନବ ପଲ୍ଲବିତ ବୃକ୍ଷ ହସୁଛନ୍ତି କିରି କିରି
ସବୁଜରଙ୍ଗେ ଧରିତ୍ରୀ ଏବେ ଯାଇଛି ପୁରି
ପ୍ରିୟା ମନେ ମନେ ହସ ଯାଇଛି ଭରି
ଫଗୁଣ ଆସିଛି ଏବେ ପ୍ରିୟା କୁ ଧରି।।

ଗାଁ ଆମ୍ବ ତୋଟା ନଇ ପୋଖରୀ
ସବୁଜିମା ରଙ୍ଗ ଦେହେ ଯାଇଛି ଭରି
ସେଗାଁ ପ୍ରିୟା ମନେ ମନେ ହୁଅନ୍ତି ଝୁରି
ଫଗୁଣ କୁଆଡେ଼ ଯୋଗାଡିଛି ପ୍ରେମ ସବାରି
ଫଗୁଣ ଆସିଛି ଏବେ ପ୍ରିୟା କୁ ଧରି।।

ସାତ ସପନର ଆଶା ପାଲିଙ୍କିରେ
ପ୍ରିୟା ଯେବେ ହେବ ପାରି
ସପନ ସାଥିରେ ଭାବ ମିଶିଗଲେ
ଲାଲରଙ୍ଗେ ଓଠ ଯିବ ଭରି
ଫଗୁଣ ଆଣିଛି ରଙ୍ଗର ପସରା
ହଳଦୀ ବସନ୍ତ ପରି
ସାତ ସପନର ଉତ୍ତାଳ ତରଙ୍ଗ
ପ୍ରିୟା ହୃଦୟେ ଯାଇଛି ଭରି
ଫଗୁଣ ଆସିଛି ଏବେ ପ୍ରିୟା କୁ ଧରି।।

ପ୍ରଜାପତି ପରି ମନ ଉଡିବୁଲେ
ପ୍ରେମର ପରଶ ପାଇ
ପହିଲି ଫଗୁଣ ପହିଲି ପରଶେ
ପ୍ରିୟା ଯାଏ ଟିକିଏ ଲାଜେଇ
ବସନ୍ତ ଫଗୁଣ ଭାରି ଅମାନିଆ
ପ୍ରିୟା ମନ ହୋଇଯାଏ ଚୋରି
ପ୍ରିତୀର ପରଶ ଜହ୍ନ ରାତି ପରି
ଫଗୁଣ ଫଗୁ ରଙ୍ଗ ଆସେ ଧରି
ଫଗୁଣ ଆସିଛି ଏବେ ପ୍ରିୟା କୁ ଧରି।।

ସମର ବଲ୍ଲଭ ଭୋଇ

ବାଲେଶ୍ବର-୭୫୬୦୦୧

Share this :
Next Post

ଓଁ ନମଃ ଶିବାୟ - କବି-ସଂପଦ କୁମାର ବେହେରା

କୈଳାସ ନିବାସୀ ପାର୍ବତୀ ପତି ଦେଵ ଦେବ ମହାଦେବ ତୁମକୁ ସୁମରି ଲେଖୁଛି ଜଣାଣ ଦୟା ମୋତେ କରିଥିବ। ଆହେ ଦେବଦେଵ ତୁମେ ମହାଦେବ ପ୍ରଣାମ ମୋହର ଘେନ ଜଗତର ରକ୍ଷା କରିବା ନିମିତ୍ତ କରିଥିଲ ବିଷ ପାନ। ବିଷର ଜ୍ୱାଳାରେ ନୀଳ ହେଲା କଣ୍ଠ ହେଲ ପ୍ରଭୁ ସଂଜ୍ଞାହୀନ ସବୁ ଦେବଗଣ ଆକୁଳେ କରିଲେ ପ୍ରଭୁ ତୁମ ପୂଜାର୍ଚ୍ଚନ। ସର୍ଵଦେବାଦେବୀ ଭକ୍ତିଭରେ ବସି ଜାଳିଲେ ଅଖଣ୍ଡଦୀପ ଉଜାଗର ରହି […]

Subscribe US Now