କଳିଯୁଗ ଜାଗର – ବିମଲ ସାସ୍ମଲ

Views: 24
0 0
Read Time:1 Minute, 52 Second

ଜାଗର ରାତିରେ ଉଜାଗର ରହି
ଜାଳୁଛେ ପ୍ରେମ ଦୀପାଳି |
ଶିବ ଙ୍କ ପାଖରେ ଦୀପ ଜାଳିଦେଲେ
ମିଳିବେନି ଝିଅ କାଳି ||
ସକାଳୁ ସକାଳୁ ପ୍ରେମିକେ ଉଠିକି
ସ୍ଟାଟସ ଦିଅନ୍ତି ଫୋନେ |
କେମିତି ଜାଳିବେ ଏକାଠି ଦୀପକୁ
ଭାବିଥାନ୍ତି ବସି ମନେ ||
ଜାଗର ନାମରେ ଉପାସ କରନ୍ତି
ଜୀବନ ସାଥିଟେ ପାଇଁ |
ଦିନ ଦୁଇଟା ରେ ସର୍ବତ ପିଅନ୍ତି
ପେଟ ଥଣ୍ଡା ହେବା ପାଇଁ ||
ଇଏ କି ଜାଗର କରୁଛନ୍ତି ଭାଇ
ଭକ୍ତି ନିଷ୍ଠା ଟିକେ ନାହିଁ |
ବେନି ନୟନେ ହେ ଚାହିଁଥାଅ ପ୍ରଭୁ
ଜଗତରେ ପୁଣ୍ୟ ନାହିଁ ||
ଭକ୍ତି ନାମେ ଏଠି ଚାଲିଛି ବେପାର
ପ୍ରେମିକ ମାନଙ୍କ ଖେଳ |
ଏତ କଳିଯୁଗ ଜାଗର ଭାଇରେ
ପ୍ରେମ ସାଜିଲାଣି କାଳ ||

ବିମଲ ସାସ୍ମଲ

ଭୁବନେଶ୍ୱର
ମୋ -9777744947

Share this :
Next Post

ଦୁଃଖ ଦୂରକର - ଡ. ପ୍ରିୟମ୍ବଦା ସାମଲ

ଆଖିର ଲୁହରେ ମନର କୋହରେ ଭକ୍ତି ଆଉ ପ୍ରୀତି ସୁମନରେ ଚମ୍ପା, ଦୁଦୁରା, ଗୟସ,ଅରଖ ଅପରାଜିତା ,କେତକୀର ହାର ସଜାଡ଼ିଛି ଚାଙ୍ଗୁଡ଼ି ଫୁଲର କଦଳୀ, ନଡିଆ ,ପଂଚାମ୍ରୁତ, କ୍ଷୀର ଧୂପ, ଦୀପ, ବେଲପତ୍ର ,ସିନ୍ଦୁର ହଳଦୀ, ଚନ୍ଦନ, କର୍ପୁର ନେଇ ମୁଁ ପୂଜିବି ଆଜି ଦେବ ଦେବ ଯୋଗୀ ମହେଶ୍ଵର। ଶାନ୍ତ, ସ୍ନିଗ୍ଧ, ସ୍ମିତ ମୁଖ ଦେଖିଲେ ହ୍ରୁଦୟେ ସୁଖ ଜୀବନର ସବୁ ଦୁଃଖ ହୁଏ ପରାହତ ସେହି ମୋ […]

Subscribe US Now