ଦୁଃଖ ଦୂରକର – ଡ. ପ୍ରିୟମ୍ବଦା ସାମଲ

Views: 65
0 0
Read Time:2 Minute, 9 Second

ଆଖିର ଲୁହରେ
ମନର କୋହରେ
ଭକ୍ତି ଆଉ ପ୍ରୀତି ସୁମନରେ
ଚମ୍ପା, ଦୁଦୁରା, ଗୟସ,ଅରଖ
ଅପରାଜିତା ,କେତକୀର ହାର
ସଜାଡ଼ିଛି ଚାଙ୍ଗୁଡ଼ି ଫୁଲର
କଦଳୀ, ନଡିଆ ,ପଂଚାମ୍ରୁତ, କ୍ଷୀର
ଧୂପ, ଦୀପ, ବେଲପତ୍ର ,ସିନ୍ଦୁର
ହଳଦୀ, ଚନ୍ଦନ, କର୍ପୁର
ନେଇ ମୁଁ ପୂଜିବି ଆଜି
ଦେବ ଦେବ ଯୋଗୀ ମହେଶ୍ଵର।
ଶାନ୍ତ, ସ୍ନିଗ୍ଧ, ସ୍ମିତ ମୁଖ
ଦେଖିଲେ ହ୍ରୁଦୟେ ସୁଖ
ଜୀବନର ସବୁ ଦୁଃଖ
ହୁଏ ପରାହତ
ସେହି ମୋ ହ୍ରୁଦୟେଶ୍ବର
ସ୍ରୁଷ୍ଟି ସ୍ରଷ୍ଟା ପୁଣି ଆଦି ଅନନ୍ତର।
ଦୁଃଖ, ଲୋଭ ଆଉ ଅହଂକାର
ଦୁର୍ନୀତି, ଅନୀତି ଭରା ଏ ସଂସାର
ନୀଳକଣ୍ଠ ସାଜ ପୁନର୍ବାର
ସଂସାରରୁ ସବୁ ଦୁଃଖ ଦୂର କର।
ଢାଳି ଦିଅ କ୍ରୁପା ହେ କରୁଣା କର
ଯାହା ତୁ ଦେଇଛୁ ମାଗୁନାହିଁ କିଛି
ଜାଳୁଛି ଜାଗର, ପୂଜୁଛି ପୟର
ସଂସାରରୁ ସବୁ ଦୁଃଖ ଦୂର କର।

ଡ. ପ୍ରିୟମ୍ବଦା ସାମଲ

Share this :
Next Post

ତମେ ଏମିତିଆ ଏକ ଠାକୁର - ପୁଷ୍ପାଞ୍ଜଳି ପଣ୍ଡା

ତୁମେ ଏମିତିଆ ଏକ ଠାକୁରଯାହାପାଇଁ ସବୁ ମାନବ ଦାନବ ଜାଳିଥାନ୍ତି ଆଜି ଜାଗର।1। ତୁମେ ଏମିତିଆ ଏକ ଠାକୁର ପୃଥିବୀ କୁ ଧ୍ୱଂସ ହେବାକୁ ନଦେଇ ଗିଳିଦେଲ ସବୁ ଜହର।2। ତୁମେ ଏମିତିଆ ଏକ ଠାକୁର ତପସ୍ୱୀ ହୋଇ ବି ସତୀ ମାତା ସଙ୍ଗେ କରିଲ ଆଜି ବିଭାଘର।3। ତୁମେ ଏମିତିଆ ଏକ ଠାକୁର ଆଦି କିବା ଅନ୍ତଦେଖିପାରିଲେନି ବ୍ରହ୍ମା ଆଉ ବିଷ୍ଣୁ ସାହସର।4। ତୁମେ ଏମିତିଆ ଏକ ଠାକୁର […]

Subscribe US Now