ତୁମେ ଏମିତିଆ ଏକ ଠାକୁରଯାହାପାଇଁ ସବୁ ମାନବ ଦାନବ
ଜାଳିଥାନ୍ତି ଆଜି ଜାଗର।1।
ତୁମେ ଏମିତିଆ ଏକ ଠାକୁର
ପୃଥିବୀ କୁ ଧ୍ୱଂସ ହେବାକୁ ନଦେଇ
ଗିଳିଦେଲ ସବୁ ଜହର।2।
ତୁମେ ଏମିତିଆ ଏକ ଠାକୁର
ତପସ୍ୱୀ ହୋଇ ବି ସତୀ ମାତା ସଙ୍ଗେ
କରିଲ ଆଜି ବିଭାଘର।3।
ତୁମେ ଏମିତିଆ ଏକ ଠାକୁର
ଆଦି କିବା ଅନ୍ତଦେଖିପାରିଲେନି
ବ୍ରହ୍ମା ଆଉ ବିଷ୍ଣୁ ସାହସର।4।
ତୁମେ ଏମିତିଆ ଏକ ଠାକୁର
ଗଙ୍ଗା ମାତାଙ୍କୁ ଯେ ଜଟାରେ ଧରିଛ
ଚନ୍ଦ୍ର ପାଇଁ ଚନ୍ଦ୍ର ଶେଖର।5।
ତୁମେ ଏମିତିଆ ଏକ ଠାକୁର
ଭୋଳାମହେଶ ହେ ଅବୁଝା ଏ ବେଶ
ସାଜୁଛ ଅର୍ଦ୍ଧନାରିଶ୍ୱର ।6।
ତୁମେ ଏମିତିଆ ଏକ ଠାକୁର
ଶ୍ମଶାନ ରେ ଘର ସର୍ପ ଗଳାହାର
ଭସ୍ମ ବିଭୁଷିତ ଶରୀର।7।
ତୁମେ ଏମିତିଆ ଏକ ଠାକୁର
ଶ୍ରାପିତ କେତକୀ ଫୁଲର ଆଜିରେ
ତୁମପାଇଁ କେତେ ଆଦର।8।
ତୁମେ ଏମିତିଆ ଏକ ଠାକୁର
ନାହିଁ ମୋ ଭକତି କରୁଛି ପ୍ରଣତି
ଘେନାକର ଶିବ ଶଙ୍କର।9।
ଜାଗର ଜାଳିବି ଉଜାଗର ରହି
ଆଶିଷ ପାଇବା ପାଇଁ
ତମେ ଏମିତିଆ ଏକ ଠାକୁର କହିଲି
ଦୋଷ ମୋ ଧରିବ ନାହିଁ।10।
ପୁଷ୍ପାଞ୍ଜଳି ପଣ୍ଡା
ଷ୍ଟାଟିଷ୍ଟିକାଲ୍ ଅଫିସର
ଯାଜପୁର
Readers Interaction