ଆସିଛି ଜାଗର ଶିବ ମନ୍ଦିର ରୁ
ଭାସି ଆସେ ଭୋଳାଶଙ୍କରଙ୍କ
ଜୟଗାନ
ସେହିଁ ଶିବ ସେହିଁ ସତ୍ୟ ସେହି ସୁନ୍ଦର
ଛୋଟ ଠାରୁ ବଡ଼ଯାଏଁ
ଆଜି ସମସ୍ତେ ତାଙ୍କ ପୂଜାରେ ତତ୍ପର
ମନରେ ଅନେକ ଆଶା ନେଇ
ଆସିଛନ୍ତି ପ୍ରଭୁ ତୁମ ପାଖକୁ ଧାଇଁ
ଦେଵ ଦେଵ ମହାଦେବ ଙ୍କ ଲିଙ୍ଗ
ଆଜି କ୍ଷୀର ବେଳ ପତ୍ର ଦେଲେ ଚଢାଇ
ସକଳର ଦୁଃଖ ହୁଏ ହରଣ
ତା ସବୁ ଆଶା ହୁଏ ପୂର୍ଣ୍ଣ
କଣ ଲେଖିବି ତୁମ ମହିମା
କେଉଁଠି ଆରମ୍ଭ
କେଉଁଠି କରିବି ଅନ୍ତ
ମୋର ଆଖି ପାଉ ନାହିଁ।
ତଥାପି ଯାହା ଲେଖୁଛି
ତୁମ ଆଶୀଷ ରୁ ତୁମ ଆଗ୍ରହ ରୁ
ଭକ୍ତଙ୍କ ଦୁଃଖମୋଚନ ପାଇଁ
ପ୍ରଭୁ ତୁମେ କରିଥିଲ
ଆକଣ୍ଠ ବିଷପାନ
ସେଥିପାଇଁ ପ୍ରଭୁ ତୁମେ
ନୀଳକଣ୍ଠ ନାମ ବହିଲ
ନିଜେ ଶ୍ମଶାନରେ ରହି
ଆମକୁ ଦେଇଛ ସକଳ ସୁଖ
ମନକୁ ମୋର ଯଦି କରିଦିଏ
ଦେବlଲୟ ସେଥିରେ ବହେ ଯେଉଁ ଭକ୍ତିର ଝର
ତୁମେ କଣ ସେଥିରେ ବିଜେ କରିବ
ଭୋଳl ଶଙ୍କର …?
ଏମିତି ମୋ ମନରେ ମୋର
ଅନେକ ପ୍ରଶ୍ନ ଖେଳେ …।
ତଥାପି ପ୍ରତ୍ୟେକ ଶିବରାତ୍ରୀରେ
ଉଜାଗର ହେଇ ଦୀପ ଜାଳୁଥିବି
ମୋ ମନ ମନ୍ଦିର ରେ
ଜଣା ନାହିଁ କେବେ ପାଇବି ତୁମ ଦର୍ଶନ
ତଥାପି ମୋ ମନ ଭିତରେ ମୋର
ଆଶା ଅଛି
ତୁମେ କେତେବେଳେ ତୁମେ ତୃତୀୟ ନେତ୍ର ଖୋଲି ମତେ ଦେଖିବ
ଗଙ୍ଗା ପରି ତୁମ ଜଟା ରେ ରହିବାର
ଭାଗ୍ୟ ମୋର କାହିଁ …?
ମତେ ତୁମ ପାଦତଳେ ଟିକେ ଜାଗା ଦିଅ
ତୁମେ ଚରଣ ରେଣୁ ଟିକେ ବାଜିଗଲେ
ମୁଁ ଧନ୍ୟ ହେଇଯିବି
ଧନ୍ୟ ହେଇଯିବ ମୋର ମନୁଷ୍ୟ ଜୀବବ ଧରିବା
କେଜାଣି ସେ ଶୁଭ ଦିନ
କେବେ ଆସିବ ଭକ୍ତ ସହ
ଭଗବାନ ମିଳିତ ହେବାର ଲଗ୍ନ
କେବେ ଧାର୍ଯ୍ୟ ତା କିଏ ଜାଣେ …?
ସେଦିନ ଆକାରରେ ବର୍ଷା ଥିବ
କି ଶୁଖିଲା ପାଗ ଥିବ ତା କିଏ ଜାଣେ …?
କେଜାଣି ସେ ଶୁଭ ଦିନ କେବେ ଆସିବ …?
ମୁଁ ସେ ଶୁଭ ଦିନକୁ ଆଖି ବିଛେଇ ବସିଥିବି।
ରୀତା ଅପରlଜିତା ମହାନ୍ତି
ପ୍ଲଟ ନ -୮୩ (ସି) ଭୁବନେଶ୍ୱର -୨୧
Readers Interaction