ପୁଅ ଭୁଲ୍ କରୁଥିଲା
ଭୁଲ୍ କରୁଥିଲା ନିଜେ ହିଁ ନିଜକୁ
ବୁଝି ପାରୁ ନ ଥିଲା
ଠିକ୍ କି ଭୁଲ୍?
ଘାଣ୍ଟି ହେଉଥିଲା ନିଶାରେ ନିଶାରେ।
ସେ ବିପଥରେ ପଡି଼ ଭାବୁଥିଲା
ଭଲ ହିଁ କରୁଛି
ଦୁନିଆ ବି ଭଲ କହୁଥିବ ନିଶ୍ଚୟ
ସମୟ ଆସିଲା
ଖାଲରେ ଦିନେ ପୁଅ ପଡି଼ଗଲା
ଯେଉଁମାନେ ଭଲ କହୁଥିଲେ
ଉସ୍କାଉଥିଲେ ସ୍ଵାର୍ଥରେ ସ୍ବାର୍ଥରେ
ଆଜି ମୁହଁରେ ଲୁଗାଦେଇ ହସୁଛନ୍ତି
କହୁଛନ୍ତି ଶୀର୍ଷକୁ ଉଠିଛୁ
ଏବେ ତ ତଳକୁ ଆସିଲେ ବୁଝିବୁ
ଉପରକୁ ଉଠିବାର ଫଳ।
ବିଚରା !
ପୁଅ ପାଠପଢି଼ ଚାକିରିଟେ ପାଇ
ଖୁବ୍ ରୋଜଗାର କଲା
ଘରେ,କୁଟୁମ୍ବରେ ଓ ଗାଁ’ରେ
ତାଙ୍କ ପରି କିଏ ଅଛି କୁହ…?
ପୁଅର ଅହଙ୍କାର ବଢି଼ଗଲା
ମଦ ଓ ବିପରୀତ ଲିଙ୍ଗରେ ମସଗୁଲ
ସେମାନେ ବି ଭାରି ଖୁସି ଯେ-
ପାଖକୁ ଅର୍ଥ ଆସୁଛି
ରକ୍ତକୁ ଶୋଷୁଛନ୍ତି ଯେମିତି
ଟିଙ୍କ,ଓଡ଼ଶ,ମଶା ଓ ଜୋକ।
ଦିନେ ମଦକୁ ପିଆଇ ଲୁଟିଲେ
ଆଉ ଲଙ୍ଗଳା କରି ଫିଙ୍ଗିଦେଲେ
କିଆବୁଦା ମୂଳକୁ
ଯେଉଁଠି ଶୃଗାଳଙ୍କ ଘର,କାଦୁଅର ଛିଟା
ସଞ୍ଜବେଳେ ଶୃଗାଳ ଟାଣିଲେ ତ
ହୋସକୁ ଆସିଲା
ଆଉ ଶୃଗାଳଙ୍କଠୁ
ମୁକ୍ତି ପାଇ ଘରକୁ ଫେରିଲା।
ପୁଅ ଖଣ୍ଡିଆ ଖାବରା
ତାକୁ ଦେଖି ବାପା କହିଲେ
କ’ଣ ହେଲା ପୁଅ
ସାରାଦେହେ ରକ୍ତର ଛିଟା?
ପୁଅ କାନ୍ଦିକାନ୍ଦି କହିଲା
ବାପା !
ଏ ମୋ’ର କର୍ମର ଫଳ
ମଦ,ବିପପରୀତ ଲିଙ୍ଗ ଆଉ ବିଶୃଙ୍ଖଳିତ ସାଙ୍ଗ ହିଁ
ମୋତେ ଭୁଲ ବାଟକୁ ନେଇଗଲେ
ମୋତେ ରଙ୍ଗୀଲା ଦିଶିଲା ତ
ତୁମକୁ କଲି ହତାଦର
ଆଉ ଏ ମୋ’ର ଯାହାହେଲା
ଈଶ୍ବରଙ୍କ ଇଛା।
ପୁଅ ଆଜି ବୁଝିଛି
ଠିକ୍ କ’ଣ,ଭୁଲ କ’ଣ?
ସେ ଫେରି ଆସିଲା ବାପାଙ୍କ ପାଖକୁ
ଯିଏ କାନମୋଡି଼ ଭଲ ରାସ୍ତାରେ ଯିବାକୁ
ଶିକ୍ଷ। ଦେଇଥିଲେ।
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Khub sundar hoichhi kabita to🙏🙏