ନଇର ବନ୍ଧ ଦେଲା ଆନନ୍ଦ – ସୀମାଞ୍ଚଳ ପଣ୍ଡା

Views: 32
0 0
Read Time:3 Minute, 51 Second

ନଇ କୂଳେ ସବୁ ସୁବିଧା  ଦେଖି
ମଣିଷ  ଜାତିର  ପଡ଼ିଲା  ଆଖି,
ଗଢିଲା    ଘର
ବଢି  ସେଠାର,
ଜୀବିକା ନିମନ୍ତେ ନେଲାପରଖି।

ଚାଷ  ପାଇଁ  ମାଟି  ବହୁତ ଭଲ
ପାଣିର  ଅଭାବ  ହୋଇବ ତୁଲ,
ଉର୍ବର     ମାଟି
ସହଜେ   ଘାଣ୍ଟି,
ଆଦାୟ କରିବେ ନାନା ଫସଲ।

ଖାଇବା   ପିଇବା  ଅଭାବ  ନାହିଁ
କୁଆଡ଼େନଯାଇହୋଇଲେସ୍ଥାୟୀ,
ବସାଇ    ଗାଆଁ
ଦେଲେତାନାଆଁ,
ବଣିଜବେପାର ଦେଲେ ବଢ଼ାଇ।

ଗାଈ,ମେଣ୍ଢା,ଛେଳିପୋଷଣ କରି
ମାଟି,କାଠ,ଧାତୁ  କାମ  କାହାରି,
ଗାଆଁରେ    କରି
ହେଲେବେପାରୀ,
ସ୍ଥାୟୀରେଜୀବିକା ହେଲାସବୁରି।

ଜନ ସଂଖ୍ୟାଦେଖି ବଢିଲା ଗାଆଁ
ଅଜଣା ନହେଲା  ଥିବାରୁ  ନାଆଁ,
ହେଲା    ସୁବିଧା
ନ ଥିଲା    ବାଧା,
ଖୁସିରେ ଚଳିଲା  ଏବେ ଦୁନିଆଁ।

ସୁଖପାଖେ ଦୁଃଖ ରହେତ ଲାଖି
ବଢ଼ିରେ ସଢନ୍ତି   ହୁଅନ୍ତି  ଦୁଃଖୀ,
ଉପାୟ    ତାର
କଲେ   ବାହାର,
ନଇ  ବନ୍ଧ ପାଇଁ  ପଡିଲା ଆଖି।

ନଇର  ଉପରେ  ବନ୍ଧ   ପକାଇ
ରଖିଲେ  ପାଣିକୁ ସେଚନ ପାଇଁ,
କେନାଲ   କରି
ନେଲେ ବାହାରି,
ଦେଲେ  ଅଟକାଇ ବଢ଼ିକୁ ଯହିଁ।

ଜଳ  ସେଚନର  ହେଲା ସୁବିଧା
ବଢ଼ିଲା ଫସଲ  ହେଲେ ଶରଧା,
ବିଜୁଳୀ   ବତୀ
ଜଳିଲା    ନିତି,
ନାହିଁ   ଅସୁବିଧା  ହଟିଲା ବାଧା।

ବନ୍ଧା ହେଲା ବନ୍ଧ ବନ୍ୟାର ଦାଉ
ଆଗ  ଭଳି  କାହିଁ ନାହିଁ ତ ଭାଉ,
ମାଛର    ଚାଷ
ହେଲା ବିଶେଷ,
ଉଚ୍ଚ  ହୁଡ଼ା  ପାଣି ନ ଡିଏଁ ଆଉ।

କୂଳ ହୁଡ଼ା ଏବେ ହୋଇଲା ଉଚ୍ଚ
ନଇ  ହୁଡ଼ା  କଡ଼େ ଲାଗିଲା ଗଛ,
ନଇର    ପାଣି
ବଢ଼ିର    ଠାଣି,
ବହିଲା ସଳଖେ ସାଗରେ  ପୁଣି।

ନଇ  କୂଳେ  ବଢ଼ି  ମଣିଷ  ଜାତି
ନଇକୁ    ପୂଜଇ   କରି   ଭକତି,
ନଇର     ବନ୍ଧ
ଦେଲା  ଆନନ୍ଦ,
ମଣିଷ  ହସିଲା  ହସେ  ଧରତୀ।।

ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,

Share this :
Next Post

ଜଗନ୍ନାଥ (ଭାଗ-୭)-ଅମରଜିତ ମଲ୍ଲିକ

ବରଷକେ ଥରେ ବୁଲିଯିବା ପାଇଁ ମନ ହେଲା ଆଜି ତୋର ନିଜ ପାଇଁ ରଥ ଘୋଡ଼ା ଓ ସାରଥୀ ନେଲ ମାଉସୀଙ୍କ ଘର।।୧। ବଡ଼ଦାଣ୍ଡେ ରଥ ଗଡ଼ି ଯାଉଅଛି ଶୁଭୁଛି ଘଣ୍ଟର ନାଦ ହରିବୋଲ ସାଥେ ହୁଳହୁଳି ପୁଣି ଶଙ୍ଖୁଆ ଶଙ୍ଖର ଶବ୍ଦ।।୨। ମୃଦଙ୍ଗ ବାଜୁଛି ଭକତ ନାଚୁଛି ତୁମ ଦରଶନ ପାଇଁ କାହିଁ କେତେବେଳେ ଆସିବ ସେ ଜଗା ନେତ୍ରେ‌ ରହିଛନ୍ତି ଚାହିଁ।।୩। ଧିରେ ଧିରେ ଆସି ରଥରେ […]

Subscribe US Now