ଗ୍ରୀଷମ ଦିନ ନାହିଁ ପବନ
ଲାଗଇ ଗୁଳୁ ଗୁଳି,
ଘରେ ତ କାହିଁ ହେଉନି ରହି
ଖରା ଯାଉଛି ବଳି।
ବଗିଚା ଯାଇ ମଦନା ଭାଇ
ବସଇ ଗଛ ତଳେ,
ଛାଇରେ ବସି ଲାଗଇ ଖୁସି
ଗରମ କଥାଭାଳେ।
ଉପରୁ କା’ର ଶୁଣିଲା ସ୍ୱର
ଉପରେଟେକେମଥା,
ଗଛ ତାହାର ନୟନୁ ନିର
ଗଡ଼ାଇକହେ କଥା।
ମଦନଭାଇ,ଭୋକରେ ରହି
ଚଳିଛକେବେଦିନେ,
ଆମରକଥା ଲାଗେନିବ୍ୟଥା
ଭାଳିଛକେବେମନେ?
ଦେଖତମୋତେଝାଉଁଳାପତ୍ରେ
ଜଳଇମୋର ଦେହ,
ମୋ ଭାଇ ବନ୍ଧୁ କୁଟୁମ୍ବ କଥା
କିସ କହିବି କୁହ।
ଦେବାରୁ ଛାଇ ମାରିଲ ହାଇ
ଖୁସିରେ ଗଲ ବସି,
ସବୁ ଯୋଗାଇ ତୁମରି ପାଇଁ
କିପରିହେଉଦୋଷୀ?
ପାଣିଟୋପାଏ ନମିଳେକାହିଁ
ହେଉଛୁ ହନ୍ତ ସନ୍ତ,
ଜଗତ ପାଇଁ ଭାବ ନଥାଇ
ବୋଲାଅ ବୁଦ୍ଧି ମନ୍ତ।
କୁହତ ସତ ତରୁ ଜଗତ
ପାରିବ କେବେ ବଞ୍ଚି,
ଆହାରବୋଲି ଅଳପ ଖାଲି
ପାଣିକୁ ଦିଅ ସିଞ୍ଚି?
କଲା ଭାବନା ଏବେ ମଦନା
ଏଇଠି ଅଛି ପାଣି,
ଆମେତ କାହିଁ ଦେଉନୁ ରହି
ତା ମନ କଥାଜାଣି।
ଆମରି ପରି ଜୀବନ ଧରି
ବଞ୍ଚିଛି ଆମ ପାଇଁ,
ସେବା ଯତନ ନକଲେ ଜନ
କେହେବସାହାକାହିଁ।
ସେବକଆମେ ଏଧରାଧାମେ
କିଏ କାହାର ପାଇଁ,
ସେବାରେ ପରା ରହିଛି ଧରା
ତା ବିନା ରକ୍ଷା ନାହିଁ।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
Readers Interaction