ହୋଲି (୧) – ସୀମାଞ୍ଚଳ ପଣ୍ଡା

Views: 29
0 0
Read Time:2 Minute, 48 Second

 

ହୋଲି ନୁହ ଖାଲି ରଙ୍ଗରେ  ଜଗତ
ହୋଇବଭୋଳା,
ହୋଲି ନୁହେ ସର୍ବେ କରିବେଏଇଠି
ରଙ୍ଗର ଖେଳା।
ହୋଲିତ ସକଳ ଜୀବନେ ଖେଳାଏ
ରଙ୍ଗ     ତରଙ୍ଗ,
ହୋଲିର  ଭାବନା   ବଦଳାଇ ଦିଏ
ଜୀବନ   ରଙ୍ଗ।

ହୋଲି   ମଣିଷର   ମଣିଷ  ପଣର
ବାରତା    ଦିଏ,
ହୋଲି  ଭେଦଭାବ ପରିହାର ପାଇଁ
ବତାଇ   ଥାଏ।
ହୋଲିର   ମହକେ  ମହକିତ  ହୁଏ
ସାରା   ଜୀବନ,
ହୋଲି  ଭରିଦିଏ  ମାନବ  ହୃଦୟେ
ସରଗ    ପଣ।

ହୋଲି  ଆଣିଦିଏ  ଶାଶ୍ୱତ  ଭାବନା
ଜଗତ    ପାଇଁ,
ହୋଲି  ବାନ୍ଧିଦିଏ ମମତାର ଡୋରୀ
ମଣିଷ   ଠାଇଁ।
ହୋଲି   ସରଗର   ସୁଷମା  ବୁଣଇ
ଧରଣୀ ଦେହେ,
ହୋଲି ଆପଣାର  ଯାଦୁକରୀ ବନ୍ଧେ
ଜଗତମୋହେ।

ହୋଲିହିଂସା,ଦ୍ଵେଷ,ଲୋଭ,ମୋହପରା
କରଇ    ଦୂର,
ହୋଲି  ଶାନ୍ତି,ମୈତ୍ରୀ, ପ୍ରେମ ବନ୍ଧନର
କରେ ପ୍ରଚାର।
ହୋଲି   ସଂସାରର   ମମତା   ବନ୍ଧନ
ଅଛିଣ୍ଡା    ସୂତ୍ର,
ହୋଲି   ମାନବିକ    ଗୁଣ   ପ୍ରକାଶର
ପବିତ୍ର   ବ୍ରତ।

ହୋଲିଦିଏ   ଶିକ୍ଷା   ବଇରି   ଭାବନା
କର    ବର୍ଜନ,
ହୋଲିର  ମମତା  ବନ୍ଧନେ   ବାନ୍ଧିବା
ଜଗତ   ଜନ।
ହୋଲି,ଭାବେ ଆମେ ରଙ୍ଗୀନ କରିବା
ସାରା  ଧରଣୀ,
ହୋଲିର   ପ୍ରେମରେ  ବୁଡ଼ି ଯିବା ସାଧୁ
ଗୁଣକୁ   ବୁଣି।

ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ହୋଲି (୧) – ସୀମାଞ୍ଚଳ ପଣ୍ଡା

  1. ହୋଲି କବିତା ଟି ଖୁବ ସୁନ୍ଦର ହୋଇଛି ସାର🙏

Comments are closed.

Next Post

ସେବକ ଆମେ ଏ ଧରା ଧାମେ - ସୀମାଞ୍ଚଳ ପଣ୍ଡା

ଗ୍ରୀଷମ ଦିନ   ନାହିଁ  ପବନ ଲାଗଇ  ଗୁଳୁ ଗୁଳି, ଘରେ ତ କାହିଁ ହେଉନି ରହି ଖରା ଯାଉଛି ବଳି। ବଗିଚା ଯାଇ  ମଦନା ଭାଇ ବସଇ  ଗଛ ତଳେ, ଛାଇରେ ବସି ଲାଗଇ ଖୁସି ଗରମ କଥାଭାଳେ। ଉପରୁ  କା’ର ଶୁଣିଲା ସ୍ୱର ଉପରେଟେକେମଥା, ଗଛ  ତାହାର  ନୟନୁ ନିର ଗଡ଼ାଇକହେ କଥା। ମଦନଭାଇ,ଭୋକରେ ରହି ଚଳିଛକେବେଦିନେ, ଆମରକଥା ଲାଗେନିବ୍ୟଥା ଭାଳିଛକେବେମନେ? ଦେଖତମୋତେଝାଉଁଳାପତ୍ରେ ଜଳଇମୋର ଦେହ, ମୋ ଭାଇ […]

Subscribe US Now