କବିତା ସୁମ ଲେଖିଲା
ମଙ୍ଗଳ ବାର ଦିନ
ଲେଖିଲା ତା ଅନ୍ତର ବେଦନା
ଉଠି ପଡି ଦେଖେ ତ
କିଏ ହସୁଛି କିଏ ରସୁଛି
ତା ସୃଷ୍ଟିର ଅବ୍ୟକ୍ତ ଯନ୍ତ୍ରଣା ଦେଖି,
ବର୍ଷା ବତାସ ଥମିଲା
ସରୁ ଗଛ ମୂଳେ
ବେଙ୍ଗ ବେଙ୍ଗୁଲି
ଆନନ୍ଦ ମନରେ ବୁଲୁ ଥିଲା
କୋଠା ଉପରେ
ଯାହାକୁ ସେ ଭଲ ପାଉଥିଲା
ହଠାତ
ଚିଠି ନିଅ, ଚିଠି ନିଅ
ଡାକଵାଲାର ଡାକରେ
ତଳକୁ ଆସିଲା ଧାଇଁ
ଢ଼େଖିଲା ସୁକୁନା
ଲେଖିଛି ରସରେ
ସମ୍ପାଦକ ମାଟିଛନ୍ଦା
କପଟୀ ମୁଣ୍ଡଚନ୍ଦା
କଥା ନ ଜାଣି
କବିତା ଓ ଚାନ୍ଦା ପଠାଇଲା
ଆଜକୁ ତିନିବର୍ଷ ପରେ ବି
ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି
ପ୍ରକାଶିତ ହେଲାନି କବିତା
ସୁତରାଂ
ସୁମ ଜଣାଇ ଦିଏ
ଜୁଇ ଜାଇ ହେନା ଲୋ
ଏ ପରି ସାରସ୍ୱତ ପ୍ରେମରେ ପଡନା
ସୁକୁନା ହେଉ କି ମାଟିଛନ୍ଦା
ଇଏ ତ ଏକ
ଅଭୁଲା ଠିକଣା
ସୁଆମ ପାଟଣା
ତଥାପି
ହେ ସୁକୁନା ହେ ମାଟିଛନ୍ଦା
ଖୁସି ହେବ ବେଶୀ ସୁମ ଅନ୍ତର
ଯଦି ଏ କବିତା ପଢ଼ି
ଦେବ ଏକ ଛୋଟିଆ
ପ୍ରଶଂସା ପତର
ତେବେ
ଗଢିବି ତମ ପାଇଁ ଏକ
କବିତା ମିନାର !
ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, କେନ୍ଦୁଝର
କବିତା ଟି ମନଛୁଆଁ ହୋଇଛି ।
କବିତା ପଢ଼ି ମତାମତ ଦେଇ ଥିବାରୁ ଆପଣଂକୁ ବହୁତ ବହୁତ ଧନ୍ୟବାଦ