ନିଆଁ – ଅମୂଲ୍ଯ କୁମାର ସାହୁ

Views: 46
0 0
Read Time:2 Minute, 30 Second

ବସନ୍ତ ସାଥିରେ
ତୁ ଆସୁ ଫଗୁଣର ରଙ୍ଗ ଛିଟା ନେଇ
ତୁ ଯେମିତି ରଙ୍ଗ ମାଖି ଦାଉ ଦାଉ ଜଳୁ
ମୁଁ ବି ସେମିତି
ମଣ୍ଡଘର ପାଉଁଶ ତଳେ କୁହୁଳୁଥାଏ
କାଞ୍ଜିପାଣିର କୋହଲା ପାଗକୁ ବାଏ ବାଏ କହି
ତୁ ବି ଜଳୁଛୁ ଆଉ ମୁଁ ବି ଜଳୁଛି
ଖାଲି ଫରକ ଏତିକି
ତୁ ଭଅଁର କୁ ଭୁଲେଇ ଦେଉ
ପ୍ରଣୟର ମଧୁ ବାରେ ଚଖେଇ ଦେଇ
ମୁଁ କିନ୍ତୁ ପତଙ୍ଗକୁ ଆ ନା ଆ ନା କହେ
ତୁ କେଉଁ କବିର ମନଟାକୁ ଜାଳି ଦେଇ ପାରୁ
ମୁଁ କିନ୍ତୁ ଡରୁଥାଏ
ମୋ ଦେହରେ ଶବ୍ଦ ଗୋଟେ ପାଉଁଶ ନହେଉ
ଏମିତି ଋତୁ ଆସୁଥାଉ ଯାଉଥାଉ
ପଳାଶ ତୁ ହସୁଥା ହାତଠାରି ଡାକୁଥା
ଲୁଟୁଥା ଏ ପଥର ଏକଲା ପଥିକ ସମକୁ
ମୁଁ କିନ୍ତୁ ଜଳୁଥିବି
ବିଶ୍ବାସର ବହ୍ନି ହୋଇ
ଠାକୁରାଣୀ ଖନ୍ଦା ଶାଳରେ
ଶାଳ ଅଙ୍ଗାରର ଅବଶେଷ ହୋଇ
ନିଜ ପ୍ରାୟଶ୍ଚିତ ପାଇଁ
କହ ପ୍ରତିକ୍ଷଣ ଆସିବୁତ
ଜାଳିଦେବା ପାଇଁ
ରଙ୍ଗର ପସରା ମେଲେଇ

ଇତି ତୋର ଅପେକ୍ଷାରେ
ନିଆଁ

ଅମୂଲ୍ଯ କୁମାର ସାହୁ
ଟାଙ୍ଗର ; ଆନନ୍ଦପୁର ; କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

2 thoughts on “ନିଆଁ – ଅମୂଲ୍ଯ କୁମାର ସାହୁ

Comments are closed.

Next Post

ଅଛେ ଦିନ - ଡ. ପଦ୍ମଲୋଚନ ରାଉତ

ଅଛେ ଦିନ ଆଜି ଆସିଛି ଦେଶରେ ଦେଖ ପ୍ରିୟ ଦେଶ ବାସୀ ଶହେ ଡେଇଁଲାଣି ପେଟ୍ରୋଲ ଡିଜେଲ ମନ ହୁଏ କେଡେ ଖୁସି ଦେଖ ଆଶାରାମ ଦାଢ଼ି ଭଣ୍ଡ ପ୍ରବଚନ ଶୁଣାଇ ଶୁଣାଇ ଦିନୁ ଦିନୁ ଯାଏ ବଢ଼ି l 1 ଦାଢ଼ି ବଢ଼େଇଲେ କେହି ହୁଏ ନାହିଁ ଏ ମାଟିରେ କବି ଗୁରୁ ଶଇତାନ ଏଠି ପଢୁ ଅଛି ବେଦ ସ୍ୱାର୍ଥବାଦୀ ବଡ଼ ଭୀରୁ ଜାଗ ହେ ଜନତା […]

Subscribe US Now