ଜୀବନ ଏକ ଝୁଲନ୍ତା ଦୋଳି – ସୀମାଞ୍ଚଳ ପଣ୍ଡା

Views: 44
0 0
Read Time:2 Minute, 35 Second

ଜୀବନ   ଆମର  ଦୋଳି  ପରକାର
ନିରନ୍ତର ପରା ଖେଳଇ ଦୋଳି,
ଏପାଖ  ସେପାଖ ଝୁଲେ ତାକୁ ଦେଖ
ସୁଖଦୁଃଖ ରୂପେ ଥାଏ ଦୋହଲି।

କେବେ ରହେଉଚ୍ଚେ କେବେ ପୁଣି ନିଚେ
ଉପରୁ  ତଳକୁ  ଖେଳଇ  ଖେଳ,
ବେନି ପାଖେ  ହଲି ଥାଏ ସେ  ଦୋହଲି
ଭୋଗ କରେ ପରା କରମ ଫଳ,
ଦୁନିଆତ  ଏହି  ଦୋ  ଭାବେ  ଅନାଇଁ
ରହି ଥାଏ ଜୀବ ସଙ୍ଗତେ ଖେଳି,
ଜୀବନ  ଆମର  ଦୋଳି  ପରକାର
ନିରନ୍ତର ପରା ଖେଳଇ ଦୋଳି।

କରମ  ବଳରେ  ଦୋଳିର  ଖେଳରେ
କର୍ମ ଯୋଗ ତାର ହୁଅଇ ଭୋଗ,
ଭବରେ ଭୋଗରେ କର୍ମ ଯେବେ ସରେ
ପରଲୋକ  ଗତି କରଇ ଜୀବ।

ଉଚ୍ଚ  ପାଖେ  ଖୁସି  ମିଳି  ଥାଏ  ବେଶି
କର୍ମ ଫଳ ଉଚ୍ଚ ତାର କାରଣ,
ଅସାର  କରମେ   ଅପ୍ରାକୃତ  ପଣେ
ତଳେ ଆସେ ଦୋଳି କରେ ବରଣ,
ଦୋଳି  ହୁଏ  ଝାଡି  ଝଡ଼  ଗଲେ  ବଢ଼ି
ତଳେ  କି ଉପରେ ପଡ଼େ ଉଚ୍ଛୁଳି,
ଏ ପାଖ ସେ ପାଖ ଝୁଲେ ତାକୁ ଦେଖ
ସୁଖ ଦୁଃଖ ରୂପେ ଥାଏ ଦୋହଲି।

ଜୀବନ  ଦୋଳନ  ସଂସାର  ଚଳନ
ବିଧାତା ବିଧାନ କର୍ମ କାରଣ,
ଜୀବ  ପରମଙ୍କ  ବିଚିତ୍ର  ସମ୍ପର୍କ
ସଂସାର ନିୟମ କି ମନୋରମ!

ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି,ଗଞ୍ଜାମ,

Share this :
Next Post

ଶିବ ମହିମା - ବାସନ୍ତି ଲତା ଜେନା

ସତ୍ୟ ସନାତନ ସଚ୍ଚିଦାନନ୍ଦ ସେ ମଙ୍ଗଳମୟ ଈଶ୍ବର ତମସା ରାତିକୁ ଆଲୋକିତ କରେ ନବ ଜ୍ୟୋତି ଦିବାକର l1 ଅନାଦି ଅନନ୍ତ ନିର୍ବାଣର ମୋକ୍ଷ ଶିବ ଶକ୍ତି ସର୍ବମୟ ସାଗର ମନ୍ଥନେ ବିଷ ପାନ କରି ସଂସାରକୁ କଲେ ଥୟ l2 ନୀଳ କଣ୍ଠେଶ୍ୱର ମହିମା ଅପାର ନାଟରାଜ ଯୋଗିବର ଶିବ ନାମ ଜପ ଶିବ ନାମ ତପ ଶିବ ଯେ ସତ୍ୟ ସୁନ୍ଦର l3 ମହାମୃତ୍ୟୁଞ୍ଜୟ ଜପ କରୁ […]

Subscribe US Now