ଗାଁ ଅଭିଆଡୀ ଝିଅ – ସରୋଜ କୁମାର ସାହୁ

Views: 35
0 0
Read Time:1 Minute, 44 Second

ଶୁଖିତ ଗଲାଣି ଗାଡିଆ ପୋଖରୀ
ପଡିଶା ଘରର କୂଅ
କେମିତି ବୋହିବେ ମାଠିଆ ମୁଣ୍ଡେଇ
ଗାଁ ଅଭିଆଡୀ ଝିଅ।
ଘରଠାରୁ ଦୂର କୋଷେ କି ଦିକୋଷ
ଖାଲି ପାଦରେ ସେ ଚାଲି
ଧାଡିଧାଡି କରି କରିବେ ଅପେକ୍ଷା
ପାଣିଟେ ଆଣିବେ ବୋଲି।
ଆଗ ପଛ ପାଇିଁ ଠେଲାପେଲା ହୋଇ
ଅଧଘଡି ହେବ ଡେରି
କିଏ ବି ଆସିବ ମୁହଁ ଫୁଲେଇକି
ଖାଲି ମାଠିଆକୁ ଧରି।
ଯେତେ ଧୀରେ ପୁଣି ଚାଲିଲେ ବାଟରେ
ଅଧା ଅଧି ହେବ ଓଦା
କେମିତି ଫେରିବେ ଗାଁ ଡାଣ୍ଡଟାରେ
ପିନ୍ଧି ପୁଣି ଓଦାଲୁଗା।
ମେଳି କରୁଥିବେ ବାତେରା ପିଲାଏ
ଆଖି ମିଟିକାକୁ ମାରି
ମିଛେମିଛେ ଖାଲି ଗପକୁ ଜମେଇ
ଚାହୁଁଥିବେ ମନଭରି।

ସରୋଜ କୁମାର ସାହୁ
ଆଠଗଡ,କଟକ

Share this :
Next Post

ଚିନ୍ତା - ଶ୍ରୀରାମ ସାହୁ

ଅତ୍ୟଧିକ ଚିନ୍ତା ଗର୍ହିତ ଅଟଇ ପ୍ରତିକ୍ଷେତ୍ରେ ସଦାଦିନ। ସ୍ୱାସ୍ଥ୍ୟହୁଏ ହାନି ଅଳ୍ପାୟୁ ହୁଅଇ କାମରେ ଲାଗେନା ମନ।୧ ସଂସାର ଜଞ୍ଜାଳ ଜାଲରେ ମାନବ ପଡିହୁଏ ଛଟପଟ। ଦୁଃଖ ସୁଖ ଭଲମନ୍ଦର ଭିତରେ କରୁଥାଏ ନିତିହାଟ। ପେଟପାଇଁ ନାଟ ପ୍ରାଣୀ ଜଗତରେ ଭକ୍ଷକ ସଭିଏଁ ସାଜି। ଆହାର ନିମନ୍ତେ ଚାହିଁ ବସିଥାନ୍ତି ନିରତ କର୍ମରେ ମଜି।୩ ସୁକର୍ମ ଦୁଷ୍କର୍ମ ଚିନ୍ତା ଚେତନାକୁ ଭାବବିହ୍ୱଳ କରଇ। ମନରେ ବିଷାଦ ବାସନାର ଲୋଭ ଦୁର୍ବଳମନା […]

Subscribe US Now