ଚିନ୍ତା – ଶ୍ରୀରାମ ସାହୁ

Views: 73
0 0
Read Time:1 Minute, 45 Second

ଅତ୍ୟଧିକ ଚିନ୍ତା ଗର୍ହିତ ଅଟଇ
ପ୍ରତିକ୍ଷେତ୍ରେ ସଦାଦିନ।
ସ୍ୱାସ୍ଥ୍ୟହୁଏ ହାନି ଅଳ୍ପାୟୁ ହୁଅଇ
କାମରେ ଲାଗେନା ମନ।୧
ସଂସାର ଜଞ୍ଜାଳ ଜାଲରେ ମାନବ
ପଡିହୁଏ ଛଟପଟ।
ଦୁଃଖ ସୁଖ ଭଲମନ୍ଦର ଭିତରେ
କରୁଥାଏ ନିତିହାଟ।
ପେଟପାଇଁ ନାଟ ପ୍ରାଣୀ ଜଗତରେ
ଭକ୍ଷକ ସଭିଏଁ ସାଜି।
ଆହାର ନିମନ୍ତେ ଚାହିଁ ବସିଥାନ୍ତି
ନିରତ କର୍ମରେ ମଜି।୩
ସୁକର୍ମ ଦୁଷ୍କର୍ମ ଚିନ୍ତା ଚେତନାକୁ
ଭାବବିହ୍ୱଳ କରଇ।
ମନରେ ବିଷାଦ ବାସନାର ଲୋଭ
ଦୁର୍ବଳମନା ଅଟଇ।୪
ମୋହମାୟା ରଖି ସକାମ କର୍ମରେ
ଅଶାନ୍ତି ହୁଅଇ ସାର।
ନିଷ୍କାମ ଭାବନା ମନରେ ରଖିଲେ
ଚିନ୍ତା ହୋଇଥାଏ ଦୂର।୫

ଶ୍ରୀରାମ ସାହୁ
ଫୁଲବାଣୀ

Share this :
Next Post

ହେ ସମୟ ! - ଦୀପ୍ତିମୟୀ ବାରିକ୍

ହେ ସମୟ ପିଲା ହୋଇ ରହିଥାନ୍ତି କି ମୁଁ ସବୁଦିନ ସାରା ଜୀବନ ଟା ଯାକ ରାଗ ରୁଷା ଅଭିମାନ ଯେ କେତେ ପଶି ନପାରନ୍ତା ମୋହରି ପାଖ । ମାନେପଡ଼ିଗଲେ ସେଇ ଦିନ ସବୁ ଘାଣ୍ଟି ଚକୁଟି ମନ ହୁଏ ଦୁଃଖରେ ଯାହା ମିଳୁଥିଲା ସେଥିରେ ସନ୍ତୁଷ୍ଟ ମନ ନାଚୁଥିଲା କେଡେ ଖୁସିରେ । ସବୁ ଆଜି ଗୋଟେ ଅପୂରଣ ସ୍ୱପ୍ନ ପରି ଆଖିଆଗେ ନାଚିଉଠୁଛି ସେଥିପାଇଁ ନିତି […]

Subscribe US Now