ହେ ସମୟ ! – ଦୀପ୍ତିମୟୀ ବାରିକ୍

Views: 21
0 0
Read Time:1 Minute, 40 Second

ହେ ସମୟ

ପିଲା ହୋଇ ରହିଥାନ୍ତି କି ମୁଁ

ସବୁଦିନ ସାରା ଜୀବନ ଟା ଯାକ

ରାଗ ରୁଷା ଅଭିମାନ ଯେ କେତେ

ପଶି ନପାରନ୍ତା ମୋହରି ପାଖ ।

ମାନେପଡ଼ିଗଲେ ସେଇ ଦିନ ସବୁ

ଘାଣ୍ଟି ଚକୁଟି ମନ ହୁଏ ଦୁଃଖରେ

ଯାହା ମିଳୁଥିଲା ସେଥିରେ ସନ୍ତୁଷ୍ଟ

ମନ ନାଚୁଥିଲା କେଡେ ଖୁସିରେ ।

ସବୁ ଆଜି ଗୋଟେ ଅପୂରଣ

ସ୍ୱପ୍ନ ପରି ଆଖିଆଗେ ନାଚିଉଠୁଛି

ସେଥିପାଇଁ ନିତି ସକାଳୁ ମୁଁ ଉଠି

ମନମାରି ଗୁମସୁମ ହୋଇ ବସୁଛି

ସମୟ ହେ………

ବସି କେତେ କଣ ଭାବୁଛି

ମୋ ପିଲାଦିନକୁ ଫେରେଇ ଦେ ରେ

ତୋତେ ମୁ ନେହୁରା ହେଉଛି ।

ତୋତେ ମୁଁ ନେହୁରା ହେଉଛି ।।

ଦୀପ୍ତିମୟୀ ବାରିକ୍

ଡିମିରିଡିହା,ପାଟଣା

Share this :
Next Post

ଆଜି ଜାଗର - ଜନ୍ମଜୟ ନାୟକ

ସକାଳୁ ତୋଳିଛି ମୁଁ ବେଲପତର, ଗଇଶ ଫୁଲରେ ଗୁନ୍ଥିଛି ମୁଁ ହାର । ମନେ ଆଜି ମୋ ଆନନ୍ଦର ଜୁଆର, ବରଷକେ ଥରେ ଆସିଛି ଜାଗର ।୧। ଅରଖଫୁଲ ପରା ପ୍ରିୟ ତୁମର , ଜୟ ଜୟ ହେ ବାବା ଭୋଳାଶଙ୍କର। ଅରଖ ଦୁଦୁରାକୁ ରଖି ଥାଳିରେ , ଗଞ୍ଜେଇକୁ ମିଶାଇ କଞ୍ଚାକ୍ଷୀରରେ ।୨। ନେଇ ଆସିଛି ବାବା ତୁମ ମନ୍ଦିର, ରାତିସାରା ଜାଳିବି ମୁହିଁ ଜାଗର । ଦୀପ […]

Subscribe US Now