ଆଜି ଜାଗର – ଜନ୍ମଜୟ ନାୟକ

Views: 36
0 0
Read Time:2 Minute, 24 Second

ସକାଳୁ ତୋଳିଛି ମୁଁ ବେଲପତର,
ଗଇଶ ଫୁଲରେ ଗୁନ୍ଥିଛି ମୁଁ ହାର ।
ମନେ ଆଜି ମୋ ଆନନ୍ଦର ଜୁଆର,
ବରଷକେ ଥରେ ଆସିଛି ଜାଗର ।୧।

ଅରଖଫୁଲ ପରା ପ୍ରିୟ ତୁମର ,
ଜୟ ଜୟ ହେ ବାବା ଭୋଳାଶଙ୍କର।
ଅରଖ ଦୁଦୁରାକୁ ରଖି ଥାଳିରେ ,
ଗଞ୍ଜେଇକୁ ମିଶାଇ କଞ୍ଚାକ୍ଷୀରରେ ।୨।

ନେଇ ଆସିଛି ବାବା ତୁମ ମନ୍ଦିର,
ରାତିସାରା ଜାଳିବି ମୁହିଁ ଜାଗର ।
ଦୀପ ବଳିତା ସାଙ୍ଗକୁ ଗୁଆଘିଅ,
ଯୋଗାଡ଼ ଆଣିଛି ଯାହା ତୁମ ପ୍ରିୟ ।୩।

ବାରିଧାରା ଝରୁ ତୁମ କରୁଣାର,
ଏ ଜଗତ ବାସୀଙ୍କୁ କର ଉଦ୍ଧାର ।
ଦୁଃଖ ଶୋକ ରୋଗ ହୋଇଯାଉ ଦୂର,
ମହାଶିବରାତ୍ରିରେ ପ୍ରାର୍ଥନା ମୋର ।୪।

ମାନସିକରଖି ରହି ଉପବାସ,
ବାବାଙ୍କୁ କରି ଅଖଣ୍ଡ ବିଶ୍ୱାସ ।
ରୁଦ୍ରାଭିଷେକ କରି ଭକତି ଭରେ ,
ବାବାଙ୍କ ପଞ୍ଚାକ୍ଷର ଜପିଥାଏରେ ।୫।

ଭକତିନୈବେଦ୍ୟ କରଇ ଅର୍ପଣ,
ଏହି ଅଧମଠାରେ କୃପା କରିଣ ।
ତୁମ ଚରଣେ ମୋତେ ଦିଅ ଶରଣ,
ମହାଦୀପ ଦେଖିଣ ସନ୍ତୋଷ ମନ ।୬।

ଜନ୍ମଜୟ ନାୟକ

ଆଳୁପାଟଣା,ପୁରୀ

୯୩୩୭୮୦୦୫୬୫

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ଆଜି ଜାଗର – ଜନ୍ମଜୟ ନାୟକ

  1. ଭକ୍ତିପୂର୍ଣ୍ଣ କବିତା ।ଖୁବ ସୁନ୍ଦର ଲେଖା

Comments are closed.

Next Post

ତମେ ଫେରିଯାଅ - ସୁରେଶ ଚନ୍ଦ୍ର ମହାନ୍ତ

ଶୁଭୁଛି ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବର!ନ ନିବୋଧତ ଆସ ସବିତା କବିତା ଅଭୟ!ଙ୍କୁ ପଚାରିବା ଧର୍ମାନ୍ତରଣ କଣ .. ଆଦିବାସୀ ଭାଷା ପୋଷାକ ଚଳଣି ଓପାସ ବ୍ରତ ଉତ୍ସବ କିଏ କଲା ପରିବର୍ତ୍ତନ ? ଢେଂକିଶାଳରୁ ଢେଙ୍କାନାଳ ବିଶ୍ୱାସରେ ବିଷ ଦେଇ ଧର୍ମାନ୍ତରଣ ଚଳିବ ନାହିଁ ମାରାଂବୁରୁ ଜାହେର ଆୟ କାଲି ଅଭୟ ଦେବ ନାହିଁ ଆଜି ଧନୁତୀରରେ ଶାସ୍ତି ବିଦେଶୀ ପ୍ରଚାରକଗଣ ଆଖି ଖୋଲି ତମେ ଦେଖ ବିପ୍ଳବରେ […]

Subscribe US Now