Read Time:1 Minute, 52 Second
କିଏ,କିଏ ତୁମେ ସ୍ବପ୍ନ ନାୟିକା ?
ମୁଁ ଜାଣେ ନାହିଁ ତୁମ ନାଁ, ଗାଁ କି ଠିକଣା
ଏହି କିଛି ଦିନ ହେବ ସ୍ୱପ୍ନରେ ଆସି
ମୋ ନିଦ୍ରାଭଙ୍ଗ କରୁଛ…………
ତୁମର ସେ ବେନି ନୀଳ ଆଖି ଓ ମୃଦୁ ହସରେ
ମୋତେ ବିମୋହିତ କରିଦେଇ
ମୋ ହାତ ଧରି ଟାଣି ଟାଣି ନେଇଯାଉଛ
କେଉଁ ଏକ ଅଜଣା ରାଇଜେ………….
କ’ଣ ତୁମ ଉଦ୍ଦେଶ୍ୟ ? କ’ଣ ତୁମେ ଚାହଁ ?
ମୋ ପାଇଁ ତୁମ ମନରେ କ’ଣ ଯେ ଭାବନା
ଏମିତି କେତେଦିନ ଅର୍ଦ୍ଧରାତ୍ରିରେ ଲୁଚି ଲୁଚି ଆସି
ମୋ ସ୍ଥିର ମନକୁ ବିଚଳିତ କରି ଚାଲିଥିବ ?……..
କାହିଁକି ମୋତେ ସର୍ବଦା ଅନ୍ୟମନସ୍କ କରିଦିଅ
ହେ ଅନାମିକା ! ମନ ଖୋଲି କହିଦିଅ
ତୁମ ଚଞ୍ଚଳ ମନର ଅକୁହା କଥା
ଭାଙ୍ଗିଦେଇ ତୁମେ ସବୁ ନୀରବତା………..
ଜଗନ୍ନାଥ ଚୌଧୁରୀ
ନୂଆପେଣ୍ଠ,ଗଂଜାମ
Readers Interaction