ଅଡୁଆ ସୂତା – ପ୍ରଣତି ମହାପାତ୍ର

Views: 38
0 0
Read Time:1 Minute, 19 Second

ପ୍ରଶ୍ନବାଣରେ କ୍ଷତାକ୍ତ ଶରୀର ସତ
ସଫଳତାର ଶୀର୍ଷ ଛୁଇଁ ବି
ହଜିଯାଇଛି କେଉଁ ନର୍ଦ୍ଦମାରେ
କେଉଁ ଇଲାକାରେ
ପାହାଚ ପରେ ପାହାଚ ଚଢି ଆସିଥିବା
ଶିଡି ଗୁଡିକ ଆଜି ଧୋଇଯାଇଛି
ଭୂମିରୁ ଭୂମା ଯାଏ
ତଳୁ ଉପର ଯାଏ
ଚଢିଲେ ତ ଓହ୍ଲେଇବାକୁ ପଡେ
ସଫଳତାରେ ଉତ୍ଫୁଲିତ ହୋଇ
ଭୁଲିଯାଇଛି ପଥ।
ଦାନର ପ୍ରତିଦାନ
ଶେଷ ନିଷ୍କର୍ଷ ତାହେଲେ
କ’ଣ।
ଆତ୍ମସମୀକ୍ଷାର ନିତାନ୍ତ ଆବଶ୍ୟକ
ବେଳ ଥାଉଁ ଥାଉଁ
ବନ୍ଧ ବାନ୍ଧରେ

ପ୍ରଣତି ମହାପାତ୍ର
ବାଲେଶ୍ବର

Share this :
Next Post

ଶ୍ରୀମଦ୍ ଭଗବଦ୍ ଗୀତା - କବିସୌରଭ କୈଳାଶଚନ୍ଦ୍ର ବେହେରା

( ଧାରାବାହିକ ) ତୃତୀୟ ଅଧ୍ୟାୟ , କର୍ମ ଯୋଗ: ଶ୍ଳୋକ – ୩୦ ମୟି ସର୍ବାଣି କର୍ମାଣି ସ°ନ୍ୟସ୍ୟାଧ୍ୟାତ୍ମ ଚେତସା , ନିରାଶୀ ନିର୍ମମୋ ଭୂତ୍ବା ଯୁଧ୍ଯସ୍ବ ବିଗତ ଜ୍ବର: ଅର୍ଥ : – ହେ ଅର୍ଜୁନ ! ତୁମ୍ଭର ସମସ୍ତ କର୍ମ ମୋତେ ସମର୍ପଣ କରିଦିଅ । ମନଟି ମୋଠାରେ ସ୍ଥିର ରଖି , ଫଳ କାମନା ଆଶା ତ୍ୟାଗକରି ଓ ଶୋକଶୂନ୍ୟ ହୋଇ ଯୁଦ୍ଧ କର […]

Subscribe US Now