ଶ୍ରୀମଦ୍ ଭଗବଦ୍ ଗୀତା – କବିସୌରଭ କୈଳାଶଚନ୍ଦ୍ର ବେହେରା

Views: 28
0 0
Read Time:2 Minute, 51 Second

( ଧାରାବାହିକ )
ତୃତୀୟ ଅଧ୍ୟାୟ , କର୍ମ ଯୋଗ:
ଶ୍ଳୋକ – ୩୦
ମୟି ସର୍ବାଣି କର୍ମାଣି
ସ°ନ୍ୟସ୍ୟାଧ୍ୟାତ୍ମ ଚେତସା ,
ନିରାଶୀ ନିର୍ମମୋ ଭୂତ୍ବା
ଯୁଧ୍ଯସ୍ବ ବିଗତ ଜ୍ବର:
ଅର୍ଥ : –
ହେ ଅର୍ଜୁନ !
ତୁମ୍ଭର ସମସ୍ତ କର୍ମ ମୋତେ ସମର୍ପଣ କରିଦିଅ । ମନଟି ମୋଠାରେ ସ୍ଥିର ରଖି , ଫଳ କାମନା ଆଶା ତ୍ୟାଗକରି ଓ ଶୋକଶୂନ୍ୟ ହୋଇ ଯୁଦ୍ଧ କର ।
ବ୍ୟାଖ୍ୟା : –
ଏଠାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି – ” ହେ ଅର୍ଜୁନ ! ମୋ ଉପରେ ତୁମ୍ଭର ଯଦି ବିଶ୍ୱାସ ଅଛି ତେବେ ମୁଁ ଯାହା କହୁଛି ତୁମ୍ଭେ ତାହା କର । ଏହା ହେଉଛି ଗୁରୁ ଓ ଶିଷ୍ୟର ଧର୍ମ । ଗୋଟିଏ କଥା କହୁଛି ମନେରଖ । ମୁଁ ଏବେ ଯେଉଁ ଚାରୋଟି କଥା କହିବି
ତାକୁ ମନେ ରଖି କାର୍ଯ୍ୟ କର ଓ ଯୁଦ୍ଧ କର । ”
୧ମ – ତୁମ୍ଭେ ଯାହା କରୁଛ ମୋତେ ସମର୍ପଣ କରିଦିଅ ।
୨ୟ – ମନଟିକୁ ମୋ ଠାରେ ସ୍ଥିର ରଖ ।
୩ୟ – ଲାଭ କ୍ଷତି ହିସାବ ନ କରି ନିଷ୍କାମ କର୍ମ କର ।
୪ର୍ଥ : – ଯେଉଁ କାମ କରିବ ଖୁସି ମନରେ କରିବ , ଶ୍ରଦ୍ଧା ଓ ନିଷ୍ଠାର ସହିତ କରିବ । ଦେଖିବ ତୁମ୍ଭେ ନିଶ୍ଚୟ ଜୟଯୁକ୍ତ ହେବ ।

କବିସୌରଭ କୈଳାଶଚନ୍ଦ୍ର ବେହେରା
ବାଲିଗୁଡ଼ା , କନ୍ଧମାଳ

Share this :
Next Post

ହେ ବିଶ୍ବ ବିହାରୀ - ବିଜୟ କୁମାର ସ୍ବାଇଁ

ହେ ବିଶ୍ଵ ବିହାରୀ ହରି ଦୀନବନ୍ଧୁ ଦଇତାରୀ ଜଗବନ୍ଧୁ ଜଗନ୍ନାଥ କରୁଣା ସିନ୍ଧୁ ମୁରାରୀ। ଘୋର ବନେ ମୃଗୁଣୀ ର ଡାକକୁ ଶୁଣି ଲ ଚକ୍ର ପେଶୀ ନକ୍ର ନାଶି ଗଜ କୁ ରଖିଲ କୁରୁ ସଭା ତଳେ କୃଷ୍ଣା ଲଜ୍ଜା ଥିଲ ନିବାରି। କରୁଣା ସିନ୍ଧୁ ମୁରାରୀ,,,,, ଭକ୍ତ ପ୍ରହଲ୍ଲାଦ ପାଇଁ ସ୍ତମ୍ଭରୁ ବାହାରି ଦୁଷ୍ଟ ହିରଣ୍ୟକଶିପୁ ବକ୍ଷ କୁ ବିଦାରୀ ଶିଶୁ ଧୃବେ ଧ୍ରୁବ ଲୋକେ ସ୍ଥାନ […]

Subscribe US Now