ବଞ୍ଚିବାର ମୋହ – ଗଗନ କୁମାର ଦାଶ

Views: 32
0 0
Read Time:2 Minute, 40 Second

ଭାବନାର ଏ ବିରାଟକାୟରେ
ଯନ୍ତ୍ର ଚାଳିତ ଇଞ୍ଜିନ
ଧୂଆଁ ଛାଡ଼େ ଅବିରତ
ଦୂଷିତ ଏ ବାୟୁମଣ୍ଡଳ
ଦୂଷିତ ଏ ସମାଜ
ଦୁଃସ୍ଥ ଏ ଜନସାଧାରଣ ।

ତଥାପି
ଘଷି ମାଜି ହୁଏ
ମୋ ଗାଆଁ ର ସବିତା ଭାଉଜ
ସେହି ଚନ୍ଦନୀ ପୋଖରୀର
ଅର୍ଦ୍ଧ କ୍ଷୀଣ ପାବଚ୍ଛ ପଥରେ
ତା’ର ସାଇତା ଯୌବନ ର
ଗୋରା ଶରୀରକୁ ।

ପାଖ ମନ୍ଦିରରେ ଥିବା
ଅଶୋକ ଫୁଲଟା
ହାତ ଠାରି ଡ଼ାକେ
ସକାଳୁଆ ବାଳୁତ ସୂର୍ଯ୍ୟର
ସୁନେଲି କିରଣକୁ
ହଂସ ଆଉ ମାଛରଙ୍କା
ପହଁରି ଯାଆନ୍ତି
ତା’ର ଆଖିର ଆଗରେ
ଜଣାନ୍ତି ଏ ସଂସାରର
ମୁକ ପରିଭାଷା ।

ମୁଁ କିନ୍ତୁ ଭାସୁଅଛି
ସମୟର ଅମାନିଆ ସ୍ରୋତରେ
କୂଳ ପାଉ ନ ଥିବା
ଏକ ନୀରିହ ପଥିକ
ଭାସୁଛି ଯେ ଭାସୁଛି
ମୋ ଭଲି ଅନେକ ଭାସୁଛନ୍ତି
ଗୋଟିଏ ଡ଼ଙ୍ଗା ଗୋଟିଏ ନାଉରିଆକୁ
ଆଶ୍ରା କରି ଏ ସମୟ ସ୍ରୋତରେ
ଭାସୁଛନ୍ତି ଅନେକ ଆଗନ୍ତୁକ
ଦୂରରୁ ଦୂରକୁ ଅନେକ ଦୂରକୁ
ଅଣନିଃଶ୍ବାସୀ ହୋଇ
ବଞ୍ଚିବାର ମୋହ ଓ ନିଶାକୁ ନେଇ ।

ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ସାହି
ମୋହନା, ଗଜପତି

Share this :
Next Post

ଭିନ୍ନତା - ସସ୍ମିତା ପଣ୍ଡା

ତୁମକୁହ ଯାହାକୁ ବେଦନା ର ଭୂଗୋଳ ନିଃସ୍ବ ପ୍ରତିଛବି ପାଖେ ଜୀବନ ତମସା ମୁଁ କୁହେ ସେ ଅପେକ୍ଷିତ ସବୁଜ ସକାଳ ସ୍ବାଗତ ବୈଭବ ଆଙ୍କେ ଆଲୋକ ର ଦିଶା ।। ତୁମପାଖେ ଲେଖା ଯାହା ଶୂନ୍ୟ ଇସ୍ତାହାର ଅସଜଡା ଭାଗ୍ୟରେଖା ଶ୍ରୀହୀନ ପରିଧି ମୋ ଆଖିରେ ଅମୋଘ ମୂହୂର୍ତ୍ତ ସେ ଆତ୍ମସମୀକ୍ଷାର ଶାନ୍ତ ଆଭରଣେ ଦୃଢ଼ ସଂକଳ୍ପ ଅବଧି ।। ବଇଶାଖି ଅନଳରେ ଦଗ୍ଧ ସର୍ତ୍ତାବଳୀ ତୁମେ କହିଥାଅ […]

Subscribe US Now