ପ୍ରଭାତର ଶୁଭ ଆଗମନ ଜାଣି।
ତରୁ ଉହାଡ଼ରୁ କାଉ ରାବିଲାଣି।।
ଚାମୁଣ୍ଡା ପାହାଡ କଣରୁ ତପନ।
ସୁବର୍ଣ୍ଣ ପିଣ୍ତୁଳା ପ୍ରାୟେ ଦୃଶ୍ୟମାନ।।
ସର୍ବ ଜନ ମନ କରିଣ ମୋହିତ।
ପ୍ରାଚୀଭାଗେ ଉଦେ ହୁଅନ୍ତି ରୋହିତ।।
କୃଷକ ଧରିଣ ହଳ ଓ ଲଙ୍ଗଳ।
କ୍ଷେତକୁ ବାହାରି ଗଲାଣି ସହଳ।।
ଆଣେ ଉପହାର ଫୁଲର ସମ୍ଭାର।
ପୁଷ୍ପିତ ବିପିନ ଦିଶଇ ସୁନ୍ଦର।।
ସୁନେଲୀ କିରଣ ପରଶକୁ ପାଇ।
ଉଦ୍ଭିର୍ଣ୍ଣେ ଉତ୍ପଳ ପାଖୁଡା ମେଲଇ।।
କିଚିରି ମିଚିରି ପକ୍ଷୀଙ୍କ କାକଳି।
ନବବଧୂ ତା’ର କେଶକୁ ପଖାଳି।।
ସରସୀରେ ସ୍ନାନ କରିଣ ଫେରଇ।
ବୃନ୍ଦାବତୀ ମୁଳେ ଜଳକୁ ଢାଳଇ।।
ବାଳକ ବାଳିକା ନିତ୍ଯକର୍ମ ସାରି।
ଅଧ୍ୟୟନ ରତ ହେଲେ ବହି ଧରି।।
ନବିନ କିରଣ ବିଛାଇ ତପନ।
ପ୍ଲାବିତ କରିଲେ ଗଗନ ପବନ।।
ପଲ୍ଲୀ ବସ୍ତି ଠାରୁ ଯେତେ ଲୋକାଞ୍ଚଳ।
କ୍ରମେ କ୍ରମେ ହେଲା ଚଳ ଓ ଚଞ୍ଚଳ।।
ଜ୍ଯୋତିର୍ମୟୀ ପଣ୍ତା
ବଡମ୍ବା( ଜାନିସାହି)
Readers Interaction