Read Time:1 Minute, 43 Second
- ବାପୁ ତମେ କଣ ଭୁଲ କଲ
ବାପୁ ତମେ ବୋଧେ ଭୁଲ୍ କଲ
ଦେଶ କୁ ସ୍ଵାଧୀନତା ଦେଇ ବଡ଼ ଭୁଲ୍ ଟେ କଲ
ଇଂରେଜ ମାନଙ୍କୁ ସିନା ତଡିଦେଲ
କିଛି ରାକ୍ଷସ ମାନଙ୍କୁ ସ୍ଵାଧୀନତା ଦେଇଦେଲ
ବାପୁ ତମେ ସ୍ଵାଧୀନତା ଦେଇ ବୋଧେ ଭୁଲ କଲ
ସବୁଦିନ ନାରୀ ନିର୍ଯାତନା ଦେଖିବାକୁ ଦେଶକୁ ସ୍ବାଧୀନ କଲ
ଦେଶ ର ମୂରବୀ ହୋଇ ସନ୍ତାନ ମାନଙ୍କୁ ବେମୁରିଆ କରିଦେଲ
ବାପୁ ତମେ ସ୍ଵାଧୀନତା ଦେଇ ବୋଧେ ଭୁଲ କଲ
ବେଳେ ବେଳେ ଲାଗେ ଭଲ ହେଲା ତମେ ଆରପାରି କୁ ଚାଲିଗଲ
ଦେଶର ଏଇଭଳି ଦିନ କୁ ଦେଖିବାକୁ ନ ରହିଲ
(ସତେ କଣ ବାପୁ ତମେ ଭୁଲ୍ କଲ)
ସୁଧାଂଶୁ କୁମାର ନାୟକ(ବିକି)
Readers Interaction