ହୃଦୟର ଏଇ ସୂକ୍ଷ୍ମ ଚାଦରେ ଆବଦ୍ଧ ସ୍ମୃତି ଈଶାରା ଦେଇଚାଲେ ଅନେକ କଥା,
କେବେ ପୁଣି ସେ ହୃଦୟ ପାଲଟେ ପ୍ରସ୍ତର ଆଉ ଘୃଣାଆସେ ତୁମ ପାଇଁ ଭାବି ସେ ବ୍ୟଥା।!
ଆଜି ବି ସେଇ ଜହ୍ନ ଅଛି ତାରା ଅଛି ଆଉ ନୀଳ ଆକାଶର ମତୁଆଲା,
ଯେଉଁ ମାନଙ୍କ ମାଧ୍ୟମରେ ତୁମେ ତୁମ ଅନାବିଳ ପ୍ରେମକୁ ଜାହିରତ୍ବ ପ୍ରକାଶ କରୁଥିଲ!
ଆଜି ବି ଅଛି ଗ୍ରନ୍ଥାଳୟର ସେଇ ସମାନ ଥାକରେ ସ୍ଥାୟିତ୍ବକୁ ବଜାଇରଖିଛି ସେଇ ସମାନ ଉପନ୍ୟାସ,
ଯେଉଁ ଚରିତ୍ର ମାନଙ୍କ ମାଧ୍ୟମରେ ତୁମେ କଷୁଥିଲ ତୁମ ଅପ୍ରତ୍ୟାଶିତ ପ୍ରେମ ର ମାନସାଙ୍କ!
ଆଜି ବି ଅଛି ସେଇ ରକ୍ତ ମାଂସ ର ଶରୀର ଆଉ ସେଇ ନବ ଯୌବନ,
ଯାହାଙ୍କର ସ୍ପର୍ଶର ଲେଶ ପାଇଁ ତୁମେ ଆନମନା ହୋଇ ହରାଅ ନିଜ ନିୟନ୍ତ୍ରଣ !
ଆଜି ବି ଅଛି ସେଇ ଉଷ୍ଣତା,ଉତ୍ତପ୍ତତା ଆଉ ଜ୍ୟୋସ୍ନାକିରଣର ଶୀତଳତା,
ଯାହାକୁ ମନେ ପକେଇଲେ ସୃଷ୍ଟିହୁଏ ଅଦ୍ଭୁତ ଶିହରଣ ଆଉ ଅପୂର୍ବ ରୋମାଞ୍ଚତା।!
ନା ଅଛି ସେଇ ମିଠା ସଂଳାପ ନା ତୁମ ଉପସ୍ଥିତି କିନ୍ତୁ ସାଥି ହୋଇ ଅଛି ତ’ ପ୍ରତାରଣା ଓ ଶୂନ୍ୟତା!
ବାସ୍ ଆଉ କେବଳ ସେ ଅଭୂଲା ସ୍ମୃତି ସହିତ ମୋ ଲୁହଭିଜା ନିରବତା!
ସୌଭାଗ୍ଯଲକ୍ଷ୍ମୀ ପରିମାଣିକ
ବ୍ଯାକରଣ_ଆଚାର୍ଯ୍ୟ
ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ,ତିରୁପତି (ଆନ୍ଧ୍ରପ୍ରଦେଶ)
Readers Interaction