ସିମି ପରା ଏବେ ବଡ ହେଲାଣି!! – ସୌଭାଗ୍ଯଲକ୍ଷ୍ମୀ ପରିମାଣିକ

Views: 39
0 0
Read Time:3 Minute, 14 Second

ସିମି ଏବେ ଆଉ କାଇଁ ଜମା କାନ୍ଦୁନି
ଆଜିକାଲି ଅଳି ଅଝଟ ବି କରୁନି
ଆଉ ଜିଦିଆପଣ ତ’ ଭୁଲିଗଲାଣି
କାହାକୁ କିଛି ଏବେ ବରାଦ୍ କରୁନି
ସିମି ପରା ଏବେ ବଡ ହେଲାଣି (୧)

ଫୁଲେଇରାଣୀ ର ନଖରା ହଜିଗଲାଣି
ସବୁ ଦୁଷ୍ଟାମୀ ର ରଂଗ ଲିଭିଗଲାଣି
ମାନ ଆଉ ଅଭିମାନ ମନୁ ପୋଛିଦେଲାଣି
କାହିଁକି କେଜାଣି କିଛି ସିଏ କହୁନି
ସିମି ପରା ଏବେ ବଡ ହେଲାଣି (୨)

ବୋଉ ର ରିତୀମତ ଅଭିଯୋଗ କିଆଁ ଆସୁନି
ଭାଇ ର ଶାସନ ଓ ନାନୀର ଆକଟ ଆଉ ଶୁଭୁନି
ସିମି ର ଲୁହକୁ ଆଉ ବାପାଙ୍କ ହାତ ପୋଛିପାରୁନି
ଏବେ କୁଆଡେ ତା’ ବାପାଙ୍କ ଠିକଣା ବଦଳିଗଲାଣି
ସିମି ପରା ଏବେ ବଡ ହେଲାଣି (୩)

ବାପାଙ୍କଠୁ ଗପ ନ ଶୁଣି ସିମି ଶୋଇପାରୁନି
ବାପାଙ୍କୁ ତା’ର ସେ ଖୋଜି ଆଉ ପାଉନି
ମେଘୁଆ ଆକାଶରେ ତା’ବାପାଙ୍କ ଦେଖା ମିଳୁନି
କାରଣ ବାପା ତା’ର ଜହ୍ନ ତାରା ଭିତରେ ହଜିଗଲେଣି
ସିମି ପରା ଏବେ ବଡ ହେଲାଣି (୪)

ଏବେ ସେ ଆଖିଲୁହ ପୋଛି ହସିବା ଶିଖିଗଲାଣି
ଯେଉଁ ସିମି ଦିନେ ଅନ୍ଧାରକୁ ଭୟ କରି ଯାଏନି
ସେଇ ସିମି ଆଜି ଅନ୍ଧାରେ ସମୟ କଟେଇଲାଣି
ନିଷ୍ପ୍ରଭ କଠୋରୀ କୁ ତା’ର ସାଙ୍ଗସାଥି କଲାଣି
ସିମି ପରା ଏବେ ବଡ ହେଲାଣି (୫)

(ବାପାଙ୍କ ସ୍ମୃତି ରେ ବାପାଙ୍କ କୁନିଝିଅ ସିମି)

ସୌଭାଗ୍ଯଲକ୍ଷ୍ମୀ ପରିମାଣିକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ସିମି ପରା ଏବେ ବଡ ହେଲାଣି!! – ସୌଭାଗ୍ଯଲକ୍ଷ୍ମୀ ପରିମାଣିକ

Comments are closed.

Next Post

ଅଭିନୟ - ଅମୂଲ୍ଯ କୁମାର ସାହୁ

ମୁହଁରେ ରଙ୍ଗ ବୋଳି କେବେ ମଞ୍ଚକୁ ଯାଉଛ କି ? ଦେଖ ମଞ୍ଚ ଆଉ ମର୍ତ୍ତ୍ୟ ଏକା କଥା ଏଠି ଖାଲି ସଂଳାପକୁ ଆତ୍ମସ୍ଥ କରିନିଅ ନିଜକୁ ଭୁଲି ଚରିତ୍ରରେ ଥରେ ହଜିଯାଅ ଦେଖିବ ଅଭିନୟର ମଜା କିଟ୍ ମିଟ୍ ଅନ୍ଧାର ଭିତରେ ପ୍ରିୟଜନଙ୍କୁ ଖୋଜନି କି ଖୋଜିବାର ବୃଥା ଚେଷ୍ଟା ବି କରନି କାରଣ ଆଲୁଅରେ ସମସ୍ତେ ତୁମକୁ ନିରେଖିବେ ତାଳି ମାରିବେ ନହେଲେ ଗାଳି… ଏଇଆତ କିନ୍ତୁ […]

Subscribe US Now