କୃଷକ – ସଞ୍ଜୟ କୁମାର ମିଶ୍ର

Views: 14
0 0
Read Time:14 Minute, 53 Second

 

   ମୁଁ ଜଣେ କୃଷକ      ଚାଷ ମୋ ସଉକ
           କରିଥାଏ ଚାଷ ନିତି
   ପାଠ ଶାଠ ମୁହିଁ      ଅନେକ ପଢିଲି
           ଚାକିରୀରେ ନାହିଁ ମତି ।୧
   ପେଟ ପାଇଁ ସିନା     ନାଟ ଚାଲୁଅଛି
            ଆଉ ଅଛି ଅବା କିସ
   ଅନ୍ନମୁହିଁ ପିଣ୍ଡ         ଖାଦ୍ୟ ଆଶେ ପରା
             କରିଥାଏ ମୁହିଁ ଚାଷ  ।୨
   ରାତି ପାହିଗଲେ        ଧକ କରି ମୁହିଁ
            ଶଯ୍ୟା ତ୍ୟାଗ କରେ ନିତି
   ବଳଦ ହଳକ          ଲଙ୍ଗଳ ଗେୋଟାକ
           ଦିଏତ ମନେ ଶକତି।୩
   ସ୍ତିରୀ ମୋର ପୁଣି       ଭାରି ଜାଗୁଆର
            ତର ତର ହୋଇ ଉଠେ
   ମୋ ଗାଆଁ ଜୁରରେ      ସିନାନ ସାରଇ
             ଏକା ନ ଡରିଣ ତୁଠେ।୪
   କାଖେ ଆଉ ମୁଣ୍ଡେ       ଗରା ମାନ ଧରି
              ଓଦା ବସ୍ତ୍ର ପିନ୍ଧି ଆସେ
   ନସର ପସର           ହୋଇଣ ସେ ପୁଣି
           ଖାଇବା ମୋତେ ପରଷେ।୫
   ତାହାପରେ ମୁହିଁ       ଧାଏଁ କୃଷି କ୍ଷେତ୍ରେ
            ହରଷିତ ହୋଇ ମନେ
   କରମ କଷଣ         ଦେହ ସହେ ମୋର
           ଅଜଗର ଯେହ୍ନେ ବନେ ।୬
   ଖରା ବର୍ଷା ଶୀତ       କାକର କୁହୁଡି
             ଝାଉ ବଜ୍ର ଅବା ଝଡି
   ମୋ କୋଡି କୋଦାଳ    ଆବର ଶାବଳ
             ମାଡେ ଦେଇଥାଏଁ ତଡି ।୭
   ଅଧିକ ଅମଳ_       କ୍ଷମ ଶସ୍ୟ ମାନ
           କ୍ଷିପ୍ରେ ବଢୁଥାଏ ପୁଣି
  ଗତିଶୀଳ ଦୂର_       ଭାଷେ ଜାଣିପାରେ
          ସକଳ ସୂଚନା ପୁଣି ।୮
   ଜୈବିକ ସାରର       ପ୍ରୟୋଗ ପାଇଁକି
             ସଦା ମୋର ମନ ଥାଏ
    ଯେପରି ଭାବରେ      ପରିବେଶ ମୋର
              ପ୍ରଦୁଷଣଟି ନ ହୁଏ ।୯
   ବାପା ଜେଜେବାପା     କରୁଥିଲେ ଚାଷ
              ତାଙ୍କର ମୁଁ ଚାଷୀ ପୁଅ
   ଦେଶ କହୁଅଛି        ଜୟ ଚାଷୀ ପୁଅ
             ଜୟ ଜୟ ଜୟ ଜୟ ।୧୦
   ସବୁ ବାପ ମାନେ      ଭାବୁଛନ୍ତି ମନେ
              ମୋ ପୁଅ ଚାକିରୀ କରୁ
   ଆମ ଜିଲ୍ଲା ରାଜ୍ୟ       ଦେଶ ବା ବିଦେଶ
                ପାଖରୁ ଅବା ଦୂରରୁ ।୧୧
   ଅନ୍ନ ନ ଭକ୍ଷିଲେ        ବଣ୍ଣ ବୁଡିଯିବ
                କେମନ୍ତ କରିବା ଭାଇ
   ବୃଦ୍ଧକାଳେ ପୁତ୍ର        ପାଖେ ନ ରହିଲେ
                ଯେମନ୍ତ ଦଶା ହୁଅଇ । ୧୨
ସେଥିପାଇଁ ଆମେ     ବିଚାର କରିବା
              ଆଗପଛ କଥାମାନ
    ଚାଷୀ ହୋଇକରି      ଚାଷ କଥା ମାନ
              କରିବା ଆମେ ମନନ । ୧୩
    ଜଙ୍ଗଲ ଗୋଟିକ      ବଞ୍ଚାଇ ରଖିବା
             ନ ହେଲେ ଯିବ ଉଜୁଡି
    ଅମ୍ଳଜାନ ଆଉ       ପାଇବାନି ଭାଇ
             ହେବ ଘୁଣ୍ଣି ଝଡ ବଢୀ । ୧୪
    ଆଠ ପ୍ରହରକୁ        ଅମ୍ଳଜାନ ଲାଗି
             ତୁଳସୀ ବର ନିମକୁ
    ଲଗାଇବା ଆମ୍ଭେ      ରହିଥିବା ଦମ୍ଭେ
              ଭୟ ନାହିଁ ଜୀବନକୁ । ୧୫
    ପ୍ରାଣୀ ଓ ଉଦ୍ଭିଦ       ଅଟନ୍ତି ଅଭେଦ
              ଭିନ୍ନା ଭିନ୍ନ ନୁହେଁ ସେହି
   ଭାରସାମ୍ୟ ରଖି       ଚଳିଗଲେ ଦେଖି
            ଦୃଢରେ ପାରିବା ରହି ।୧୬
   ସ୍ନେହ ମାନ ସନ_       ମାନ ମାଗୁଅଛି
             ଯେଣୁ ମୁଁ ଜଣେ ଶ୍ରମିକ
   ଏଥେ ଅବହେଳା      କଲେ ବୁଡେ ଭେଳା
             ଜାଣ ହେ ସମସ୍ତ ଲୋକ ।୧୭
   ପୋଖରୀରେ ପାଣି     ପୁରିଗଲେ ଭାଇ
              ଆଉ କି ବାନ୍ଧିଲେ ହେବ
   ବେଳ ଥାଉ ଥାଉ     ସଚେତ ନହେଲେ
             ସର୍ବନାଶ ହୋଇ ଯିବ ।୧୮
    ଏଥିପାଇଁ ଭାଇ       ଧିରେ ଘେନ ଚିତ୍ତେ
              ମୁହିଁ ଅଟେ ଦୃଢ ମତି
    ଚାଷ କରୁକରୁ        ମୋହର ସମୟ
            ଗଡି ଯାଉଥାଏ ନିତି ।୧୯
    କଥା ସାର ଖାଲି      କରିବନି ଭାଇ
             କାମରେ ଦେଖାଇ ଦିଅ
    ଚାଷୀକୁଳ ଭଳି         ପରିଶ୍ରମ କରି
              କହ ଚାଷୀ ଜୟ ଜୟ ।୨୦
              —————————–
ସଞ୍ଜୟ କୁମାର ମିଶ୍ର
ସୁବଣ୍ଣପୁର

Share this :
Next Post

କୃଷକ - ଭବାନୀ ଶଙ୍କର ଗିରି

  ଚାଷକୁ ଜୀବିକା ଯେ କରିଥାଏ                       କୃଷକ ବୋଲି ତାଙ୍କୁ କୁହାଯାଏ ଖରା ବର୍ଷା ଶୀତକୁ ଏକ କରି                      କ୍ଷେତରେ ପରିଶ୍ରମ କରେ ଭାରି ମାଟି କାଦୁଅରେ ମିଶି ତ ସିଏ                        କ୍ଷେତ ବାଡ଼ିରେ ସୁବର୍ଣ୍ଣ ଫଳାଏ ସବୁରି ମୁହଁରେ ଆହାର ଦେଇ                         ମାନବ ଜାତିକୁ ରଖେ ବଞ୍ଚାଇ ବନ୍ୟା ବାତ୍ୟା ମରୁଡି ଶତ୍ରୁ ତାର                          ନଷ୍ଟ କରେ ଫସଲ ବର୍ଷକର ମେଘକୁ […]

Subscribe US Now