ବହୁତ ଈର୍ଷା ଲାଗେ ମୋତେ
ତୁମ ଜିବନରେ ଥିବା ନାୟିକା ପାଇଁ,
କିଛି ଭାବନାରେ ମୁଁ ନିସ୍ତବ୍ଧ ହୋଇଯାଏ,
ଆଉ ପ୍ରଶ୍ନ କରେ
ଏମିତି ବି କଣ ପ୍ରେମ ହୋଇପାରେ?
ବେଳେ ବେଳେ ଇଚ୍ଛା ହୁଏ
ପାଟି ଖୋଲି କହିବାକୁ ବହୁତ କିଛି,
ମାଗିଆଣିବାକୁ ସେଇ ଅଧିକାର
ଯାହା ତୁମେ ଛଳନରେ ମୋର ବୋଲି କହିଥିଲା ।
ମାତ୍ର;
ମୋ ଅନ୍ତର ନୀରବି ଯାଏ
ତୁମ ମୁହଁରେ ତୁମ ନାୟିକାକୁ ନେଇ
ସେଇ ଖୁସି ଦେଖି ,
ମନରେ ଥିବା ଶୂନ୍ୟସ୍ଥାନକୁ
ପୂରଣ କରିବା ପାଇଁ ନିଜକୁ ଵୁଝେଇଦିଏ,
ତୁମର ସେଇ ହସ ହସ ମୁହଁରେ ଥିବା ଖୁସି ପାଇଁ ।
ତଥାପି କାହିଁକି ମୁଁ ସେଇ ଜଳନ୍ତା ଅଗ୍ନିରେ
ଜଳି ଜଳି ତୁମର ଖୁସି ଦେଖିବାର ଉତ୍କଣ୍ଠା
ମନରେ ରଖିଛି ।
ଏତେ ପରେ ବି ତୁମ ଜୀବନର ସେଇ ନାୟିକା ପାଇଁ
ଆଜି ବି ମନରେ ଈର୍ଷା ହେଉଛି ।
ସୋନାଲି ସ୍ବପ୍ନା ପାତ୍ର
ବଡ଼ମ୍ବା,କଟକ
Readers Interaction